fbpx

ଭାରତ He ନା She ? ମିଲଖାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାବେଳେ ଟ୍ଵିଟରେ ଜେଣ୍ଡର ବଦଳାଇ ଦେଲେ ରାହୁଲ!

ନୂଆଦିଲ୍ଲୀ : ଦେଶର ମହାନ ଆଥଲେଟ୍ ମିଲଖା ସିଂହଙ୍କ ଶୁକ୍ରବାର ବିଳମ୍ଵିତ ରାତ୍ରିରେ କରୋନରେ ପରଲୋକ ଘଟିଛି। ସମଗ୍ର ଦେଶ ମିଲଖାଙ୍କ ନିଧନରେ ଶୋକ ପ୍ରକଟ୍ କରି ଟ୍ଵିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କିନ୍ତୁ କଂଗ୍ରେସର ପୂର୍ବତନ  ସଭାପତି ରାହୁଲ ଗାନ୍ଧୀ ନିଜର ଟ୍ଵିଟକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି। ରାହୁଲ୍ ଗାନ୍ଧି ନିଜ ଟ୍ଵିଟରେ ଲେଖିଛନ୍ତି ‘India remembers her #flyingsSikh’। ବାସ୍ ଏତିକିରେ ଟ୍ଵିଟର ୟୁଜର ରାହୁଲଙ୍କୁ ଜୋରଦାର ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

 

 

ୟୁଜର ରାହୁଲଙ୍କ ଟ୍ଵିଟର ଜବାବରେ ଲେଖିଛନ୍ତି, ତାଙ୍କୁ ‘India remembers his #flyingsSikh’ ଲେଖିବାର ଥିଲା। ଲୋକେ ରାହୁଲଙ୍କ ଇଂରାଜୀ ଭାଷାର ଥଟ୍ଟା ପରିହାସ କରି ଶଶି ଥରୁରଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି। ୟୁଜର ଲେଖିଛନ୍ତି ଶଶି ଥରୁର ଏହି ପପୁଙ୍କୁ ଇଂରାଜୀ ଜ୍ଞାନ ଦେଇଛନ୍ତି। ମହାନ ଧାବକ ମିଲଖାଙ୍କୁ ସେ ମହିଳା କରି ଦେଇଛନ୍ତି। ଏପରିକି ଆଉ ଜଣେ ୟୁଜର ରାହୁଲଙ୍କୁ ପ୍ରଥମେ ନିଜର ଜେଣ୍ଡର ଦେଖିବାକୁ  କହିଛନ୍ତି। କଂଗ୍ରେସ ନେତାଙ୍କ ଟ୍ଵିଟକୁ ନେଇ ଅନେକ ମଜାଳିଆ ଭିଡିଓ ପୋଷ୍ଟ କରୁଛନ୍ତି।

 

ହେଲେ ରାହୁଲଙ୍କ ଟ୍ୱିଟ୍ ‘India remembers her #flyingsSikh’ରେ Her ମାନେ ଏଠାରେ ଭାରତମାତାଙ୍କୁ ସୂଚାଉଛି । ତେଣୁ ବ୍ୟାକରଣ ଦୃଷ୍ଟିରୁ ରାହୁଲଙ୍କ ଟ୍ୱିଟ୍ ସମ୍ପୂର୍ଣ୍ଣ ଠିକ୍ ଅଛି । ଭାରତମାତା କିମ୍ବା ଦିବଂଗତ କ୍ରୀଡ଼ାବିତ୍ ମିଲଖା ସିଂହଙ୍କୁ କୌଣସି ପ୍ରକାରେ ଅପମାନିତ କରାଯାଇନି । ଏହାକୁ ୟୁଜର୍ସ ଭୁଲ୍ ବୁଝି ରାହୁଲ୍ ଗାନ୍ଧିଙ୍କୁ ଟ୍ରୋଲ୍ କରୁଛନ୍ତି ।

 

 

Get real time updates directly on you device, subscribe now.