ଅଶାନ୍ତ ଦିଲ୍ଲୀ, ରାଜଧାନୀରେ ନାବାଳକକୁ ଛୁରୀ ଭୁସି ବିଭତ୍ସ ହତ୍ୟା

ଗୁରୁବାରଠାରୁ ରାଜଧାନୀରେ ଜଳୁଛି ନିଆଁ।

ନୂଆଦିଲ୍ଲୀ: ରାଜଧାନୀରେ ବିଭତ୍ସ ହତ୍ୟା। ନାବାଳକକୁ ଛୁରୀ ଭିସୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଆଉ ଏହି ହତ୍ୟାକାଣ୍ଡକୁ ନେଇ ରାଜଧାନୀରେ ଉତ୍ତେଜନା ବଢିବାରେ ଲାଗିଛି।

ହଁ ଗୁରୁବାର ଦିନ ସନ୍ଧ୍ୟାରେ ଉତ୍ତର-ପୂର୍ବ ଦିଲ୍ଲୀର ସିଲମପୁରର ଜେ-ବ୍ଲକରେ ଜଣେ ୧୭ ବର୍ଷୀୟ ବାଳକକୁ ନିର୍ମମ ଭାବରେ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ରାଜବୀରଙ୍କ ପୁଅ କୁନାଲ।

ଗୁରୁବାର ସନ୍ଧ୍ୟା ପ୍ରାୟ ୭:୩୮ ସମୟରେ କୁନାଲ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି। ହେଲେ ରାଜଧାନୀ ଦିଲ୍ଲୀର ଛାତି ଉପରେ ଜଣେ ନାବାଳକ ପୁଅକୁ ଛୁରୀ ଭୁସି ହତ୍ୟା କରାଯିବା ପରେ ଅଭିଯୁକ୍ତ ଫେରାର ଅଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି।

ବିଳମ୍ବିତ ରାତିରୁ ମୃତକଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଜାରି ରହିଛି । ପ୍ରତିବାଦରେ ସାମିଲ ଥିବା ଲୋକମାନେ ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରୁଛନ୍ତି। ସିଲମପୁରରେ ବିରୋଧ ପ୍ରଦର୍ଶନ ମଧ୍ୟରେ, ହିନ୍ଦୁମାନଙ୍କୁ ସ୍ଥାନାନ୍ତର କରିବାକୁ ଦାବି କରୁଥିବା ପୋଷ୍ଟର ମଧ୍ୟ ଲଗାଯାଇଛି।

ଲୋକମାନେ ସମଗ୍ର ଅଞ୍ଚଳରେ ନିଜ ଘର ବାହାରେ ହାତଲେଖା ପୋଷ୍ଟର ଲଗାଇଛନ୍ତି। ଯେଉଁଥିରେ ଲେଖାଅଛି ଏହି ଅଞ୍ଚଳରୁ ହିନ୍ଦୁମାନେ ସ୍ଥାନାନ୍ତରିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ସୁରକ୍ଷା ପାଇଁ ଗୁହାରି କରିଛନ୍ତି ହିନ୍ଦୁ ସମ୍ପ୍ରଦାୟ।