ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା। ହେଲେ ସୁନା ଗହଣା ଲୁଟେରା ନୁହେଁ ବରଂ ଛୁଆ ଲୁଟେରା। କାରଣ ଏବେ ଭୁବନେଶ୍ୱରରେ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି। ଗତକାଲି ଜଣେ ନାବାଳିକାକୁ ନିଶାଦେଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ ଦୁଇ ଜଣ ଯୁବକ।
ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ କରିବାକୁ ଉଦ୍ୟମ କରାଯାଇଥିଲା। କୁନି ଝିଅକୁ ଦୁଇ ଜଣ ଯୁବକ ଅପହରଣ କରିନେଉଥିଲେ। ହେଲେ ଝିଅଟିର ଭାଗ୍ୟ ଭଲ ଥିଲା। ସେଥିପାଇଁ ଅପହରଣକାରୀଙଅକ ପାଖରୁ ବଞ୍ଚିଗଲା।
ଅପହରଣକାରୀ ଝିଅଟିକୁ କିଡନାପ୍ କରିବାରେ ସଫଳ ହୋଇଯାଇଥିଲେ। ନାବାଳିକାକୁ ଅପହରଣ କରି ନେଇଯିବା ବେଳେ, ସ୍ଥାନୀୟ ଲୋକ ଦେଖିଦେଇଥିଲେ। ଏବଂ ଅପହରଣକାରୀଙ୍କ କବଳରୁ ଗୁରୁତର ଅବସ୍ଥାରେ ଝିଅଟିକୁ ଉଦ୍ଧାର କଲେ।
ପରେ ଗୁରୁତର ଅବସ୍ଥାରେ ନାବାଳିକାକୁ ଅମ୍ସରେ ଭର୍ତ୍ତି କରିଛନ୍ତି। ଉକ୍ତ ଅଭିଯୁକ୍ତମାନେ ବଙ୍ଗୀୟ ଯୁବକ ବୋଲି ଜଣାପଡିଛି। ୨ ଜଣଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖାଯାଇଛି।