fbpx

ଦିବ୍ୟାଙ୍କ ନାବାଳିକା ଏକୁଟିଆ ଥିବା ବେଳେ ଘରେ ପଶି ଦୁଷ୍କର୍ମ କଲେ ଯୁବକ: ଅଭିଯୁକ୍ତ ଗିରଫ, ପୀଡିତା ଉଦ୍ଧାର

ଭଞ୍ଜନଗର (ଭାସ୍କର ନ୍ୟୁଜ୍‌): ଭଞ୍ଜନଗର ଥାନା ଅନ୍ତର୍ଗତ ନିପଟ ପଲ୍ଲୀ ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳିକାକୁ ସେହି ଗ୍ରାମର ଜଣେ ୨୫ବର୍ଷୀୟ ଯୁବକ ଘରେ କେହିନଥିବାର ସୁଯୋଗ ନେଇ ଘରେ ପଶି ଦୁଷ୍କର୍ମ କରିବା ଘଟଣାରେ ଭଞ୍ଜନଗର ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ସ୍ଥିତ ପୋସ୍କ କୋର୍ଟକୁ ଚାଲଣ କରିଛି ।

ମିଳିଥିବା ସୂଚନା ପ୍ରକାରେ ଅଭିଯୁକ୍ତ ବାବୁ ନାୟକ(୨୫) ପାଟି ଫିଟୁନଥିବା ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଘରେ କେହିନଥିବା ସୁଯୋଗରେ ଘରେ ପଶି ଦୁଷ୍କର୍ମ କରିଥିଲେ । ଏଥିରେ ନାବାଳିକା ଜଣକ ଯେତେ ପ୍ରତିବାଦ କଲେ ମଧ୍ୟ ଯୁବକ ଜଣକ ଏଥିପ୍ରତି  ଭୃକ୍ଷେପ ନକରି ତା ଉପରେ ପାଶବିକ ଅତ୍ୟାଚାର ଚଳାଇଥିଲା । ପରେ ଏହି ଘଟଣା ସଂପର୍କରେ ନାବାଳିକା ଜଣକ ଠାରୁ ପରିବାର ଅନ୍ୟ ସଦସ୍ୟ ଜାଣିବା ପରେ ପରିବାର ଲୋକଙ୍କ ପକ୍ଷରୁ ଏନେଇ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଆଉ ଅଭିଯୋଗକୁ ଭିତ୍ତିକରି ସ୍ଥାନୀୟ ପୁଲିସ ଥାନା କେଶ ନମ୍ବର-୩୬୮/୨୧ ପ୍ରକାରେ ମାମଲା ରୁଜୁ କରିବାସହ ଅଭିଯୁକ୍ତ ବାବୁ ନାୟକକୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା ଆରମ୍ଭ କରିଥିଲା । ପରେ ବାବୁ ନାୟକ ଘଟଣା ସଂପର୍କରେ ସମସ୍ତ ତଥ୍ୟ ଦେବାପରେ ଉଭୟ ଦିବ୍ୟାଙ୍ଗ ପୀଡିତା ଓ ଅଭିଯୁକ୍ତ ଯୁବକଙ୍କ ଡାକ୍ତରୀ ମଇନା କରାଯାଇଥିଲା । ପରେ ଅଭିଯୁକ୍ତ ବାବୁ ନାୟକଙ୍କୁ ବୁଧବାର ବ୍ରହ୍ମପୁରସ୍ଥିତ ପୋସ୍କ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାର ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.