fbpx

ଚଳନ୍ତା ବସରେ ନାବାଳିକାଙ୍କୁ ଦୁର୍ବବ୍ୟହାର: ଏତଲା ଆଧାରରେ ଅଭିଯୁକ୍ତକୁ ଅଟକ

AAKASH

ଯାଜପୁର: ଦିନକୁ ଦିନ ରାଜ୍ୟରେ ବଢୁଛି ନାରୀ ନିର୍ଯାତନା ଭଳି ଘଟଣା । କେବେ ଦୁଷ୍କର୍ମ, ହତ୍ୟା ତ ଆଉ କେତେବେଳେ ଦୁର୍ବ୍ୟବହାର । ଯାଜପୁର ଜିଲ୍ଲାରେ ଦେକିବାକୁ ମିଳିଛି ଏହି ଭଳି ଏକ ଘଟଣା । ବସରେ ଯିବା ସମୟରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ହୋଇତିବା ନେଇ ଅଭିଯୋଗ ହୋଇଛି ।

ଚଳନ୍ତା ବସରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ହୋଇତିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରକିତିବା ଜାଣିବାକୁ ମିଳିଛି । ସୂଚନା ଅନୁସାରେ, ଚଣ୍ଡିଖୋଲରୁ ଯାଜପୁର ରୋଡ ଯିବା ବାଟରେ ଜଣେ ଯୁବକ ନାବାଳିକା ଛାତ୍ରୀକୁ ଦୁର୍ବ୍ୟବହାର କରିଥିଲେ । ଘରେ ପହଞ୍ଚି ଛାତ୍ରୀଜଣକ ଏ ସମ୍ପର୍କରେ ପରିବାରକୁ ଜଣାଇବା ପରେ ଛାତ୍ରୀଙ୍କ ପିତାମାତା ଯାଜପୁର ରୋଡ ଥାନାରେ ଏତଲା ଦେଇଛନ୍ତି ।

ପରିବାରବର୍ଗଙ୍କ ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ଏହି ଯୁବକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ତେବେ କଟକରୁ ଯାଜପୁର ରୋଡ ଯାଉଥିବା ଏକ ଘରୋଇ ବସରେ ଏଭଳି ଏକ କାଣ୍ଡ ହୋଇଥିବା ଜାଣିବାକୁ ମିଳିଛି । ଚଳନ୍ତା ବସରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ ଯୁବକ । ତେବେ ଏ ନେଇ ଛାତ୍ରୀଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ ବାଯରେ ଓହ୍ଲାଇ ପଳାଇଥିଲା ।

Get real time updates directly on you device, subscribe now.