fbpx

ବସରେ ଛାତ୍ରୀଙ୍କୁ ଅସଦାଚାରଣ: କୋର୍ଟ ଶୁଣାଇଲେ ୩ ବର୍ଷର ଜେଲଦଣ୍ଡ

ମୁମ୍ବାଇ, ୭ା୩ (ଓଡିଶା ଭାସ୍କର): ବସରେ ଜଣେ ଛାତ୍ରୀଙ୍କୁ ଅସଦାଚାରଣ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ । ମୁମ୍ବାଇର ଏକ କୋର୍ଟ ଜଣେ ୧୫ ବର୍ଷିୟା ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ଜଣେ ଟେଲରଙ୍କୁ ଏହି କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁଯାୟୀ, ଛାତ୍ରୀ ଜଣକ କଲେଜରୁ ଫେରୁଥିବା ସମୟରେ କିଛି ଯୁବକ ତାଙ୍କର ପିଛା କରି ବସରେ ହରକତ କରିଥିଲେ । କିଛିଦିନ ପୂର୍ବରୁ ଛାତ୍ରୀଙ୍କ ପ୍ରତି ଏପରି ଅଶ୍ଲୀଳ ଆଚରଣ କରାଯାଇଥିବା ବେଳେ ସେ ଚୁପ୍ ରହିଥିଲେ । ମାତ୍ର ବାରମ୍ବାର ଏହି ଘଟଣାର ପୁନରାବୃତ୍ତି ହେବା ଫଳରେ ଛାତ୍ରୀ ଜଣକ ସଙ୍ଗେ ସଙ୍ଗେ ପାଟି କରିଥିଲେ । ଛାତ୍ରୀଙ୍କ ପାଟି ଶୁଣି କଣ୍ଡକ୍ଟର ଉକ୍ତ ଯୁବକଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ଏହି ମାମଲାରେ କୋର୍ଟ ୩୭ ବର୍ଷୀୟ ଟେଲରଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କାର ଜରିମାନା ଦଣ୍ଡ ଶୁଣାଇଛନ୍ତି ।

Get real time updates directly on you device, subscribe now.