fbpx

ବିଷାକ୍ତ ସାପ କାମୁଡ଼ିଲା ମଦ୍ୟପକୁ, ମଦ୍ୟପ ସାପକୁ କାମୁଡ଼ି କରିଦେଲା ତିନିଖଣ୍ଡ, ଆଉ ତା’ପରେ…

ଜଣେ ମଦ୍ୟପକୁ ଗୋଟିଏ ସାପ କାମୁଡ଼ି ଦେଇଥିଲା । ମଦ୍ୟପ ଜଣକ କ୍ରୋଧରେ ସାପଟିକୁ କାମୁଡ଼ି ତିନି ଖଣ୍ଡ କରିଦେଲା । ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତରପ୍ରଦେଶର ଏଟା ଅନ୍ତର୍ଗତ ଅସରୌଲି ଗ୍ରାମରେ ଏହି ଘଟଣାଟି ଘଟିଛି ।

ସୂଚନା ଅନୁଯାୟୀ, ଯୁବକ ଜଣକ ନିଶାରେ ମାତାଲ ହୋଇ ଘରୁ ବାହାରକୁ ଯିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଫଳରେ ମଦ୍ୟପ ରାଗରେ ସାପଟିକୁ ଧରି ଚୋବାଇ ଦେଇଥିଲା । ଘଟଣାସ୍ଥଳରରେ ସାପଟିର ମୃତ୍ୟୁ ଘଟିଥିଲା । ଏହାପରେ ସେଠାରେ ଅନେକ ଲୋକ ରୁଣ୍ଡ ହୋଇଯାଇଥିଲେ । ମଦ୍ୟପ ଯୁବକଙ୍କୁ ପରିଜନମାନେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିେଲେ ।

Get real time updates directly on you device, subscribe now.