ଗ୍ୱାଲିୟର: ଦିନକୁ ଦିନ ବିଭିନ୍ନ ରାଜ୍ୟରେ ଦୁର୍ବୃତ୍ତଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଦାଦାବଟି, ହତ୍ୟା, ଲୁଟ୍ ଭଳି ଘଟଣା ମାଧ୍ୟମରେ ସହରରେ ଆତଙ୍କ ଖେଳାଇ ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି କରୁଛନ୍ତି । ନିକଟରେ ମଧ୍ୟପ୍ରଦେଶର ଗ୍ୱାଲିୟର ରାଜ୍ୟରୁ ଏଭଳି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । କିଛି ଦୁର୍ବୃତ୍ତ ଜଣେ ମୋମୋ ବିକ୍ରେତାଙ୍କ ଉପରେ ଫେଭିକ୍ୱିକ୍ ଆଟାକ୍ କରିଛନ୍ତି ଯଦ୍ୱାରା ଉକ୍ତ ଦୋକାନୀ ଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନାରୁ ପ୍ରକାଶ ଗତ କିଛି ଦିନ ହେବ ବାଇକରେ ବୁଲି ଉତ୍ପାତ କରୁଥିବା ଦୁର୍ବୃତ୍ତ ଗ୍ୱାଲିୟର ସହରବାସୀଙ୍କୁ ବହୁତ ହଇରାଣ କରୁଥିଲେ । ଜିଲ୍ଲାର ବହୋଡ଼ାପୁର ଥାନା ଅନ୍ତର୍ଗତ ମୋତି ଝୀଲ୍ ଅଞ୍ଚଳରେ ଥିବା ଏକ ମୋମା ଦୋକାନୀ ଉପରେ ଅକାରଣରେ କିଛି ଅଜଣା ଦୁର୍ବୃତ୍ତ ଫେଭିକ୍ୱିକ୍ ଆଟାକ୍ କରିଥିଲେ । ଫଳରେ ଦୋକାନୀ ଜଣଙ୍କ ଆଖି ଓ ପାଟି ଚିପକିଯାଇଛି । ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ଦୃବୃର୍ତ୍ତ ଫେରାର ହୋଇଯାଇଥିଲେ । ଏନେଇ ଉକ୍ତ ଯୁବକଙ୍କ ପରିବାର ତରଫରୁ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଉକ୍ତ ଦୁର୍ବୃତ୍ତଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଏଭଳି ଘଟଣା ପୋଲିସ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ।