ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ 2024 ବିଜେତା ନାମ ଘୋଷଣା କରାଯାଇଛି । ଡେନମାର୍କର ଭିକ୍ଟୋରିଆ କେଜର୍ ଥିଲଭିଗ୍ ମିସ୍ ୟୁନିଭର୍ସ 2024 ଟାଇଟେଲ ହାତେଇଛନ୍ତି । ମିସ୍ ୟୁନିଭର୍ସ 2024 ଗ୍ରାଣ୍ଡ ଫାଇନାଲ୍ ଶେଷରେ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି ନିକାରାଗୁଆର ଶେନିସ୍ ପାଲାସିଓସ୍ । ମେକ୍ସିକୋରେ ଆୟୋଜିତ ମିସ୍ ୟୁନିଭର୍ସ 2024 ପ୍ରତିଯୋଗିତାରେ ଶ୍ରେଷ୍ଠ ପାଞ୍ଚ ପ୍ରତିଯୋଗୀଙ୍କୁ ପ୍ରଥମେ ବଛା ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୁଣି ମିସ୍ ୟୁନିଭର୍ସ ବଛାଯାଇଥିଲା ।
ଇଭିନିଂ ଗାଉନ୍ ରାଉଣ୍ଡ ଶେଷରେ ଡେନମାର୍କର ଭିକ୍ଟୋରିଆ କେଜର୍ ଥିଲଭିଗ୍, ମେକ୍ସିକୋର ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ୍, ନାଇଜେରିଆର ଚିଡିମା ଆଡେସ୍ଥିନା, ଥାଇଲ୍ୟାଣ୍ଡର ସୁଚାଟା ଚୁଆଙ୍ଗସ୍ରି ଏବଂ ଭେନେଜୁଏଲର ଇଲିଆନା ମାର୍କେଜ୍ ଶ୍ରେଷ୍ଠ ପାଞ୍ଚ ପ୍ରତିଯୋଗୀ ଭାବରେ ଉଭା ହୋଇଥିଲେ । ଏହାପରେ ଏମାନଙ୍କୁ ନେଇ ଏକ ପ୍ରଶ୍ନ-ଉତ୍ତର ରାଉଣ୍ଡ କରାଯାଇଥିଲା । ଏହାପରେ ରନର୍ସ ଅପ୍ ଘୋଷଣା କରାଯାଇଥିଲା । ଡେନମାର୍କର ଭିକ୍ଟୋରିଆ କେଜର୍ ଥିଲଭିଗ୍ ମିସ୍ ୟୁନିଭର୍ସ 2024 ଟାଇଟେଲ ହାତେଇବାରେ ସଫଳ ହୋଇଥିଲେ । ଏହାପରେ ଅନ୍ୟ 4 ଜଣଙ୍କୁ ସୁପରପାସ୍ ୟୁନିଭର୍ସ ଟାଇଟେଲ ପ୍ରଦାନ କରାଯାଇଥିଲା ।
- ମିସ୍ ୟୁନିଭର୍ସ 2024 – ଡେନମାର୍କ – ଭିକ୍ଟୋରିଆ କେଜର୍ ଥିଲଭିଗ୍
- ପ୍ରଥମ ରନର୍ ଅପ୍ – ନାଇଜେରିଆ – ଚିଡିମା ଆଡେସ୍ଥିନା
- ୨ୟ ରନର୍ ଅପ୍ – ମେକ୍ସିକୋ – ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ୍
- 3ୟ ରନର୍ ଅପ୍ – ଥାଇଲ୍ୟାଣ୍ଡ – ସୁଚାଟା ଚୁଆଙ୍ଗସ୍ରି
- 4ର୍ଥ ରନର୍ ଅପ୍ – ଭେନେଜୁଏଲା – ଇଲିଆନା ମାର୍କେଜ୍
View this post on Instagram
¡Felicidades a #VictoriaKjærTheilvig , la nueva #MissUniverso 2024! Su elocuencia, belleza y gracia la llevaron a la corona, destacándose con la mejor respuesta de la noche. #MissNigeria fue la primera finalista. #MissUniverse2024 #missdenmark #missdinamarca 👑 pic.twitter.com/CJ9D5pWwk0
— Daniel Shoer Roth (@DanielShoerRoth) November 17, 2024