fbpx
BSKY
BJD MC SKY
BJD YOUTH SKY

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷାକୁ ପ୍ରାଥମିକତା, ଅଣ୍ଡାଦାନ ପାଇଁ ୩ ମାସ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷା

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବେଳାଭୂମୀରେ ଗଣ ଅଣ୍ଡାଦାନ ପାଇଁ ଅଲିଭ୍ ରିଡଲେ କଇଁଛଙ୍କ ଆଗମନ ହେଲାଣି । ଜାନୁଆରୀରୁ ମାର୍ଚ୍ଚ ମାସ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ ସମୟ । ତେଣୁ ସେମାନଙ୍କ ପ୍ରଜନନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ କରାଯିବ । ଏନେଇ ଶୁକ୍ରବାର ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଯାଇଛି ।

ଓଡ଼ିଶାରେ ଅଲିଭ୍ ରିଡଲେଙ୍କ ପ୍ରମୁଖ ଅଣ୍ଡାଦାନ ସ୍ଥାନ ହ୍ୱିଲର ଦ୍ୱୀପ ନିକଟରେ ରହିଛି । ତେଣୁ ଉପକୂଳବର୍ତ୍ତୀ ହ୍ୱିଲର ଦ୍ୱୀପରେ ଆସନ୍ତା ଜାନୁଆରୀରୁ ମାର୍ଚ୍ଚ ଯାଏଁ ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷ ବନ୍ଦ କରିବା ନେଇ DRDO ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷା ସମୟରେ ଏହାର ପ୍ରଚଣ୍ଡ ଓ ଶବ୍ଦ ଦ୍ୱାରା କଇଁଛମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି । କଇଁଛ ଓ ସେମାନଙ୍କ ଅଣ୍ଡାର ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି ଯେଉଁଠି କର୍ମଚାରୀମାନେ ଶିକାରୀ ଉପରେ ନଜର ରଖିଛନ୍ତି । ଏହା ସହ ସାମୁଦ୍ରିକ ପୋଲିସ ଜଙ୍ଗଲ ବିଭାଗ ସହ ମିଳିତ ଭାବରେ ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆସନ୍ତା ମେ’ ମାସ ପର୍ଯ୍ୟନ୍ତ କଇଁଛମାନଙ୍କ ମନିଟରିଂ କରାଯିବ । ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ରେଞ୍ଜର ଚଉମୁଖ, ହସକରା, ପରିଖି ବେଳାଭୂମି ଏବଂ ଜଲେଶ୍ୱର ରେଞ୍ଜର ଏନ୍ଏମ୍ ପଡ଼ିଆ, ତାଳସାରି ଓ କୀର୍ତ୍ତନିଆ ବେଳାଭୂମିକୁ ପ୍ରତି ବର୍ଷ ଅଲିଭ୍ ରିଡଲେ ଅଣ୍ଡା ଦେବାକୁ ଆସିଥାନ୍ତି ।

 

Get real time updates directly on you device, subscribe now.