fbpx

ଆଜିଠାରୁ କାମ କରିବ ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ରାଜ୍ୟ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ନାଁରେ ନୂଆ ବିଭାଗକୁ ମିଳିଛି ଅନୁମୋଦନ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାରୁ ମିଶନ ଶକ୍ତି ବିଭାଗ କାର୍ଯ୍ୟକାରୀ ହେବ । ଏନେଇ ବିଜେଡି ମହିଳା ସମାବେଶରେ ମନ୍ତ୍ରୀ ଟୁକୁନି ସାହୁ ଘୋଷଣା କରିଛନ୍ତି । ରାଜ୍ୟରେ ଆଜିଠାରୁ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ କାମ କରିବ । ମନ୍ତ୍ରୀ ଭାବେ ମିଶନ ଶକ୍ତି ବିଭାଗର ଦାୟିତ୍ୱ ତୁଲାଇବେ ମନ୍ତ୍ରୀ ଟୁକୁନି ସାହୁ । ଏହା ସହ ବିଭାଗରେ ସଚିବ ରହିବେ ଓଡିଶା କ୍ୟାଡରର ପ୍ରଥମ ମହିଳା ଆଇଏଏସ ସୁଜାତା କାର୍ତ୍ତିକେୟନ । ତେବେ ୮୦ ଲକ୍ଷ ଏସଏଚଜି ସଦସ୍ୟାଙ୍କୁ ସଶକ୍ତ କରୁଛି ମିଶନ ଶକ୍ତି ।

Get real time updates directly on you device, subscribe now.