fbpx

କେରଳକୁ ଅତିକ୍ରମ କଲା ମିଜୋରାମ: ଚିହ୍ନଟ ହେଲେ ସର୍ବାଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ମିଜୋରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏହି ସଂକ୍ରମଣ ହାର ୧୬.୪ ପ୍ରତିଶତ ପହଞ୍ଚିଯାଇଛି, ଯାହାକି ଦେଶରେ ସବୁଠାରୁ ଅଧିକ ଅଟେ । ଆଜି ରାଜ୍ୟରୁ ମୋଟ ୧୫୦୨ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସେଥିରେ ୩୦୦ ଜଣ ଶିଶୁ ରହିଛନ୍ତି । ଗୋଟିଏ ଦିନରେ ଏହି ସଂଖ୍ୟା ହେଉଛି ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ । ଏହାଛଡ଼ା ୭୨ ହଜାର ୮୮୩ ମାମଲା ସାମନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୪ ଜଣ ପ୍ରାଣ ହରାଇଛନ୍ତି ।

ସୂଚନା ମୁତାବକ, ଦୈନିକ ପଜିଟିଭିଟି ରେଟରେ ହ୍ରାସ ଘଟଛି । ଗତକାଲି ପଜିଟିଭିଟି ରେଟ ୩୧ ପ୍ରତିଶତ ରହିଥିବା ଆଜି ତାହା କମି ୧୬.୩୯ ହୋଇଯାଇଛି । ଆଜି ମୋଟ ୯ ହଜାର ୧୬୫ଟି ନମୂନା ପରୀକ୍ଷଣ ହୋଇଛି । ରାଜ୍ୟର ଆଇଜୋଲ ଜିଲ୍ଲାରୁ ୮୭୯, ଚମ୍ଫଇରୁ ୧୪୪ ଓ ସିୟାହାରୁ ୧୦୧ଟି ମାମଲା ଆସିଛି । ରାଜ୍ୟରେ ଏବେ ମୋଟ ୧୩ ହଜାର ୩୬୬ ରୋଗୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୫୯ ହଜାର ୨୭୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ମୋଟ ୬.୬୪ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ଦୁଇଟି ଯାକ ଡୋଜ୍ ନେଇ ସାରିଥିବା କୁହାଯାଇଛି ।

Get real time updates directly on you device, subscribe now.