fbpx

Encounterରେ ମରିବ ଫେରାର ନାବାଳିକା ଦୁଷ୍କର୍ମକାରୀ ; ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ୬ ବର୍ଷୀୟା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ । ମଙ୍ଗଳବାର ଦିନ ରେଡ୍ଡୀ କହିଛନ୍ତି ନାବାଳିକା ଦୁଷ୍କର୍ମକାରୀକୁ ଏନକାଉଣ୍ଟରରେ ମରାଯିବ । ଦିନକ ପୂର୍ବରୁ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ମଧ୍ୟ ସମାନ ମତ ପୋଷଣ କରିଥିଲେ । ଆମେ ନିଶ୍ଚିତ ଭାବରେ ଅଭିଯୁକ୍ତକୁ ଗିରଫ କରିବୁ ଏବଂ ଏନକାଉଣ୍ଟର କରି ତାକୁ ହତ୍ୟା କରାଯିବ ବୋଲି ମଲ୍ଲା ରେଡ୍ଡୀ କହିଛନ୍ତି । ବିରୋଧୀ ଦଳ ନେତାଙ୍କ ପକ୍ଷରୁ କରାଯାଇଥିବା ସମାଲୋଚନାର ପ୍ରତିକ୍ରିୟା ରଖିବାକୁ ଯାଇ ରେଡ୍ଡୀ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଏହା ସହିତ ହାଇଦ୍ରାବାଦ ପୋଲିସ ପକ୍ଷରୁ ମଧ୍ୟ ଅଭିଯୁକ୍ତ ଉପରେ ପୁରସ୍କାର ରାଶି ଘୋଷଣା କରାଯାଇଛି । ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରାଯିବା ସହିତ ଫେରାର ଥିବା ଅଭିଯୁକ୍ତ ପଲ୍ଲାକୋଣ୍ଡା ରାଜୁକୁ ଧରାଇଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି କହିଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର । ଏହା ସହିତ ଅଭିଯୁକ୍ତର ଫଟୋ ମଧ୍ୟ ଜାରି କରିଛି ପୋଲିସ ।

Get real time updates directly on you device, subscribe now.