fbpx

ECଙ୍କ ଚାବୁକ ପ୍ରହାର: ଗତ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କୁ ଲଢ଼ିବା ମନା, ଜାଣନ୍ତୁ କେଉଁ ରାଜ୍ୟ ପାଇଁ ଲାଗୁହେଲା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପଞ୍ଚାୟତ ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଶକ୍ତ ପ୍ରହାର କରାଯାଇଛି । ଗତ ଥର ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀମାନେ ଚଳିତ ଥର ନିର୍ବାଚନ ଲଢ଼ିପାରିବେ ନାହିଁ । ତେବେ ରାଜ୍ୟରେ ମୋଟ ୩୦୦ ଜଣ ମୁଖିଆ ଓ ପଞ୍ଚାୟତ ପ୍ରତିନିଧି ଚଳିତ ଥର ପଞ୍ଚାୟତ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଜଣାପଡ଼ିଛି ଯେ, ଗତ ୨୦୧୫ରେ ରାଜ୍ୟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ନେଇ ଇସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ ଥର ମୋଟ ୨୦୬ଟି ପଞ୍ଚାୟତ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ୨୦୬ ମୁଖିଆ, ୨୦୬ ପଞ୍ଚାୟତ ସମିତି ସଦସ୍ୟ ଓ ୨୫୧୮ ଜଣ ୱାର୍ଡ ସଦସ୍ୟ ବିଜୟ ହାସଲ କରିଥିଲେ । ନିର୍ବାଚନ ପରେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଖର୍ଚ୍ଚର ବିବରଣୀ ପ୍ରଦାନ କରିବାକୁ କୁହାଯାଇଥିଲା । ମାତ୍ର ମୁଖିଆ ଓ ପଞ୍ଚାୟତ ସଦସ୍ୟ ଏପରି ୩୦୦ ଜଣ ଖର୍ଚ୍ଚର ବିବରଣୀ ପ୍ରଦାନ କରିନଥିଲେ । ଏନେଇ ଇସିଙ୍କ ପକ୍ଷରୁ ଗତ ଅଗଷ୍ଟ ୨୫ରେ ୧୫ ଦିନ ସମୟ ଦିଆଯାଇଥିଲା । ଉପରୋକ୍ତ ୩୦୦ ଜଣ ସଦସ୍ୟ ଇସିଙ୍କ ନୋଟିସକୁ ଅଣଦେଖା କରି ଖର୍ଚ୍ଚର ବିବରଣୀ ଦେଇନଥିବାରୁ ସେମାନଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷିତ କରାଯାଇଛି ।

Get real time updates directly on you device, subscribe now.