fbpx
BSKY
BJD MC SKY
BJD YOUTH SKY

ଆଜି ମିଜୋରାମର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା, କିଛି ସମୟ ମଧ୍ୟରେ ଭୋଟ୍ ଗଣନା

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆୟୋଜିତ ହୋଇଥିବା ବେଳେ ରବିବାର ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ଫଳାଫଳ ପ୍ରକାଶ ପାଇଥିଲା । ଏହି ୪ଟି ରାଜ୍ୟରୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ବାଜିମାତ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସରକାର ବିଜୟ ପତାକା ଉଡ଼ାଇଛି । ଆଜି ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ଆଉ କିଛି କ୍ଷଣ ମଧ୍ୟରେ ଭୋଟ ଗଣନା ଆରମ୍ଭ ହେବ । ଏଥିପାଇଁ ଭୋଟ୍ ଗଣନା କେନ୍ଦ୍ର ଗୁଡ଼ିକରେ ବାଲଟ୍ ପେପର ପହଂଚିବା ଆରମ୍ଭ ହୋଇଯାଇଥିବା ନେଇ ଏଏନ୍‌ଆଇ ପକ୍ଷରୁ ‘ଏକ୍ସ’(ପୂର୍ବରୁ ଟ୍ୱିଟ୍‌) କରାଯାଇଛି ।

କହିରଖୁଛୁ ସେପଟେମ୍ବର ୭ରେ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଭୋଟ୍ ଗଣନାରେ ଆଜି ୧୭୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ରାଜ୍ୟର ୧୩ଟି ଭୋଟ କେନ୍ଦ୍ରରେ ଭୋଟ ଗଣନା କରାଯିବ । ଏଥିମଧ୍ୟରୁ ୧୦ଟି ଭୋଟ୍ କେନ୍ଦ୍ର ଆଇଜୋଲରେ ଥିବା ବେଳେ ୧୦ଟି କେନ୍ଦ୍ର ଅନ୍ୟ ଜିଲ୍ଲାରେ ସ୍ଥିତ । ଭୋଟ ଗଣତି ପ୍ରକ୍ରିୟାରେ ୪ ହଜାରରୁ ଅଧିକ କମୀ ସାମିଲ ହେବେ ।

Get real time updates directly on you device, subscribe now.