fbpx
BSKY
BJD MC SKY
BJD YOUTH SKY

୧୪ ଦିନ ଭିତରେ ଫଇସଲା ନ ନେଲେ ହରାଇବାକୁ ପଡ଼ିବ ସଦସ୍ୟତା

ନୂଆଦିଲ୍ଲୀ: ରବିବାର, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାର ବିଧାନସଭା ନିବାର୍ଚନ ଫଳାଫଳ ଘୋଷଣା ହୋଇଯାଇଛି । ଏହି ୪ଟି ରାଜ୍ୟରୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମୋଦୀ ମ୍ୟାଜିକ୍ କାମ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସର ରାଜ୍ ଦେଖିବାକୁ ମିଳିଛି । ଏହି ନିର୍ବାଚନକୁ ୨୦୨୪ର ଲିଟମସ୍ ଟେଷ୍ଟ ବୋଲି କୁହାଯାଉଛି । ଏହି ନିର୍ବାଚନରେ ଅନେକ ସାଂସଦ ନିର୍ବାଚନୀ ମଇଦାନରେ ନିଜ ଭାଗ୍ୟ ପରଖିଥିବାର ନଜର ଆସିଥିଲେ । ବର୍ତ୍ତମାନ ବିଜେପି ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଯାଉଛି । ବିଜେତା ସାଂସଦମାନଙ୍କୁ ୧୪ ଦିନ ଭିତରେ ଲୋକସଭା ଏବଂ ରାଜ୍ୟସଭା କିମ୍ବା ବିଧାନସଭା ଯିବା ନେଇ ଫଇସଲା କରିବାକୁ ପଡ଼ିବ । ଯଦି ସେମାନେ କୌଣସି ନିଷ୍ପତ୍ତି ନ ନେଇ ପାରୁଛନ୍ତି ତେବେ ଏହି ୧୪ ଦିନ ମଧ୍ୟରେ ସେମାନଙ୍କ ସଂସଦର ସଦସ୍ୟତା ବତେିଲ କରିଦିଆଯିବ । ଏହା ସେମାନଙ୍କ ପାଇଁ ଏକ ଘଡ଼ିସନ୍ଧୀ ମୁହୂର୍ତ୍ତ ।

ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି ପକ୍ଷରୁ ୭ଜଣ ସାଂସଦ, ଛତିଶଗଡ଼ରେ ୪ ଏବଂ ତେଲେଙ୍ଗାନାରେ ୩ ଜଣ ସାଂସଦ ନିର୍ବାଚନୀ ମଇଦାନରେ ଓହ୍ଲାଇଥିଲେ । ମଧ୍ୟପ୍ରଦେଶରୁ ନରେନ୍ଦ୍ର ସିଂ ତୋମର, ପ୍ରଲହାଦ ସିଂ ପଟେଲ ଏବଂ ଫଗନ୍ ସିଂଙ୍କ ସମେତ ୭ ଜଣ ସାଂସଦ ଥିବାବେଳେ ରାଜଜସ୍ଥାନରେ ଦିୟା କୁମାରି, ବାବା ବାଲକନାଥ, ଗେଜେନ୍ଦ୍ର ସିଂ ଶେଖାୱତ ସମେତ ଅନ୍ୟ ବିଶିଷ୍ଟ ସାଂସଦ ସାମିଲ ଥିଲେ ।

Get real time updates directly on you device, subscribe now.