fbpx

ଗୃହରେ ବିଧାୟକଙ୍କ ବିଷପାନ ଉଦ୍ୟମ

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ମଣ୍ଡି ସମସ୍ୟାକୁ ନେଇ ପୁଣି ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ବିଷପାନ ଉଦ୍ୟମ କରିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସାନିଟାଇଜର ପିଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ସଦସ୍ୟମାନେ ସୁବାସଙ୍କୁ ଅଟକାଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସାନିଟାଇଜର ବୋତଲ ଛଡାଇ ନେଇ ନିବୃତ କରାଇଲେ । ଏହା ପୂର୍ବରୁ ଆତ୍ମାହୂତି ଦେବାକୁ ସୁବାସ ପାଣିଗ୍ରାହୀ ଚେତାବନୀ ଦେଇଥିଲେ । ପୂର୍ବରୁ ଥରେ ଓ ଏବଂ ଆଜି ଗୃହ ଭିତରେ ଚେତାବନୀ ଦେଇଥିଲେ ସୁବାସ ।

Get real time updates directly on you device, subscribe now.