fbpx

କାଲି ମିଳିବନି ବସ୍ କି ଅଟୋ: କିନ୍ତୁ ଚାଲିବ ‘ମୋ ବସ୍’, ଜାଣନ୍ତୁ କେଉଁଠିକି ଗଡିବ?

Advertisement

ଭୁବନେଶ୍ୱର,୨୧ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି । ଏନେଇ ଆସନ୍ତାକାଲି ରାଜ୍ୟରେ ସମସ୍ତ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରଖାଯିବ । ରବିବାର ସକାଳୁ ବସ୍ ସମେତ ଅଟୋ, ରିକ୍ସା ଆଦି ବନ୍ଦ ରହିଥିବା ବେଳେ କେବଳ ରାଜ୍ୟ ସରକାରଙ୍କ ‘ମୋ ବସ୍’ ଚାଲିବ ବୋଲି ଜଣାପଡିଛି ।

ତେବେ ଆସନ୍ତାକାଲି ମୋଟ୍ ୧୭ଟି ମୋ ବସ୍ ଚାଲିବ । ସେଥିରୁ ୩ଟି ବସ୍ ନନ୍ଦନ ବିହାରରୁ ବାହାରି ମାଷ୍ଟର କ୍ୟାଣ୍ଟିନ୍, ବାଣୀ ବିହାର, କଳ୍ପନା ଦେଇ ଲିଙ୍ଗିପୁର ପର୍ଯ୍ୟନ୍ତ ଗଡିବ । ସେହିପରି ଆଉ ୩ଟି ବସ୍ ମାଷ୍ଟର କ୍ୟାଣ୍ଟିନରୁ ବାହାରି ରସୁଲଗଡ, ବାଦାମବାଡି ଦେଇ କଟକରେ ପହଞ୍ଚିବ । ଆଉ ୩ଟି ବସ୍ ମ୍ୟାଷ୍ଟରକ୍ୟାଣ୍ଟିନରୁ ବାହାରି ବାଣୀ ବିହାର, ବରମୁଣ୍ଡା ଦେଇ ଖୋର୍ଦ୍ଧା ଯିବ ।

ସେହିଭଳି ଆଉ ୩ଟି ବସ୍ ମ୍ୟାଷ୍ଟର କ୍ୟାଣ୍ଟିନରୁ ବାହାରି ଫାୟାର ଷ୍ଟେସନ ଦେଇ ସମ୍ ହସ୍ପିଟାଲରେ ପହଞ୍ଚିବ । ୩ଟି ବସ୍ ମ୍ୟାଷ୍ଟର କ୍ୟାଣ୍ଟିନରୁ ବାହାରି ଫାୟାର ଷ୍ଟେସନ, ବରମୁଣ୍ଡା ଦେଇ ଏମ୍ସରେ ପହଞ୍ଚିବ । ଆଉ ୨ଟି ବସ୍ ମ୍ୟାଣ୍ଟର କ୍ୟାଣ୍ଟିନରୁ ବାହାରି ଏଜି ଛକରୁ ବାହାରି ବିମାନବନ୍ଦରକୁ ଗଡିବ ।

Get real time updates directly on you device, subscribe now.