ଭୁବନେଶ୍ୱର: ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ୍ ଧକ୍କାରେ ଜଣେ ନାବିଳାକଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ସିଆରୟୁଟି ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ ମିଳିଛି।
ଏହାପରେ ସେଠାରେ ଯେଉଁ ସ୍ଥାନୀୟବାସୀ ରାସ୍ତାରୋକ କରିଥିଲେ ସେମାନେ ହଟିଛନ୍ତି। ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ୱୀକାର କଲେ କତ୍ତୃପକ୍ଷ।
ଭୁବନେଶ୍ୱର- ନନ୍ଦନକାନନ ରାସ୍ତାରେ ଘଟିଛି ଦୁର୍ଘଟଣା । ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳର ଘଟଣା । କୁନିଝିଅ ମୃତ୍ୟୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିବାଦ । ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି ।
ଦୁର୍ଘଟଣା ସମୟରେ ମୋ ବସଟି ସ୍ପିଡରେ ଥିବା ଲୋକେ କହିଛନ୍ତି । ବାର ବର୍ଷର ଝିଅ ସାଇକେଲ ଚଳାଉଥିବାବେଳେ ମୋ ବସ ଦେଲା ଧକ୍କା । ୩ଟି ମୋ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ।