fbpx

ପୁରୀ ଓ କୋଣାର୍କକୁ ଗଡିଲା ‘ମୋ ବସ୍’

ଭୁବନେଶ୍ୱର, ୨୭ା୯(ଓଡ଼ିଶା ଭାସ୍କର):ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କକୁ ଆଜିଠାରୁ ଆରମ୍ଭ ହୋଇଛି ‘ମୋ ବସ୍’ । ପୁଣି ଥରେ କ୍ରୁଟ୍ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଓ କୋଣାର୍କକୁ ବସ୍ ସେବା ଆରମ୍ଭ କରିଛି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନସପୋର୍ଟ । ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସୂଚନାନୁଯାୟୀ ଆଜି ସକାଳ ୭ଟା ୩୦ମି.ରେ ମାଷ୍ଟର କାଣ୍ଟିନ୍ ଛକରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଗଡିଥିଲା ମୋ ବସ୍ ।

ସେହିପରି ଆଜି ସକାଳ ପ୍ରାୟ ୭ଟା ୪୦ମି. ସମୟରେ ୯ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ କୋଣାର୍କ ଅଭିମୁଖେ ବାହାରିଥିଲା ମୋ ବସ୍ ।
ତେବେ ପୁରୀ ପାଇଁ ୭୦ ଟଙ୍କା ଓ କୋଣାର୍କ ପାଇଁ ୬୦ ଟଙ୍କା ରହିଛଇ ବସ୍ ଭଡା । ବସରେ ଯାତାୟତ କରୁଥିବା ବେଳେ ମାସ୍କ ପିନ୍ଧିବା ଓ ସମଦୂରତା ବାଧ୍ୟତାମୂଳକ କରାଯାଇଛି । ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.