fbpx
BSKY SKY
BSKY SKY

ORS ଙ୍କୁ ‘ମୋ ସରକାର’ ଛାଟ, ବିଦା ହେଲେ ବାବୁ

BJD

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର): ପୁଣି ଆକ୍ସନ ମୋଡରେ ‘ମୋ ସରକାର’ । ଭଦ୍ରକ ଭଣ୍ଡାରୀପୋଖରୀ ଅତିରିକ୍ତ ତହସିଲଦାରଙ୍କୁ ଲାଗିଛି ମୋ ସରକାର ଛାଟ । ଫଳରେ ଓଆରଏସ ଅଧିକାରୀ ଶରତ ସ୍ୱାଇଁଙ୍କୁ ବିଦା କରାଯିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଶରତ ଜାରିଶୁଣି ଜାତି ପ୍ରମାଣପତ୍ର ଦେବାରେ ବିଳମ୍ବ କରୁଥିବା ଲୋକମାନେ ଅଭିଯୋଗ କରିଥିଲେ । ଜାତି ପ୍ରମାଣପତ୍ର ଦେବାରେ ଅହେତୁକ ବିଳମ୍ବ କରୁଥିବାରୁ ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାରଙ୍କୁ ସଙ୍ଗେ ସଙ୍ଗେ ବିଦା କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଜାତି ପ୍ରମାଣପତ୍ର ଦେବାରେ ଅହେତୁକ ବିଳମ୍ବ କରୁଥିବା ନେଇ ମୋ ସରକାର ମାଧ୍ୟମରେ ଲୋକମାନେ ମୁଖ୍ୟମନ୍ତ୍ରୀ ଅଫିସକୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଆଧାରରେ ପଦକ୍ଷେପ ନିଆଯାଇଥିବା ଜଣପାଡିଛି ।

Get real time updates directly on you device, subscribe now.