fbpx

ଫୁଲ୍ ଆକ୍ସନ ମୋଡରେ ‘ ମୋ ସରକାର’

ସୁବର୍ଣ୍ଣପୁର,୨୯ ।୧୨(ଓଡିଶା ଭାସ୍କର): ସୁବର୍ଣ୍ଣପୁରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗିବା ଭିଡିଓ ଭାଇରାଲ ହେବା ଘଟଣାରେ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର । ଏହି ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ୍ ନର୍ସ ଓ ଜଣେ ସୁଇପର ନିଲମ୍ବିତ ହୋଇଛନ୍ତି । ଅନ୍ୟଜଣେ ସୁଇପରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ ।

ତେବେ ଲାଞ୍ଚ ମାଗିବା ନେଇ ରୋଗୀଙ୍କ ସମ୍ପର୍କୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରିଥିଲେ । ଟ୍ୱିଟ୍ ଦେଖିବା ପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ରିପୋର୍ଟ ମିଳିବା ପରେ ମୋ ସରକାର ଅଧିନରେ କାର୍ଯ୍ୟାନୁଷ୍ଠାନ ନିଆଗଲା ।

Get real time updates directly on you device, subscribe now.