fbpx

Redmi ପରେ ଫାଟିଲା ଏହି କମ୍ପାନୀର ମୋବାଇଲ: ଚାଲିଗଲା ୮ ମାସ ଶିଶୁର ଜୀବନ, ଚାର୍ଜିଂରେ ସମୟରେ…

ନୂଆଦିଲ୍ଲୀ: ମୋବାଇଲ ଫାଟିବାରୁ ଆଉ ଏକ ମୃତ୍ୟୁ ହୋଇଛି । ଏଥର ଉତ୍ତରପ୍ରଦେଶର ବରେଲୀରେ ମୋବାଇଲ ଫାଟିବାରୁ ଏକ ଶିଶୁର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ କୁହାଯାଉଛି କି, ମୋବାଇଲ ଚାର୍ଜିିଂ ସମୟରେ ଏଭଳି ଅଘଟଣ ଘଟିଥିଲା । ଚାର୍ଜିଂ ସମୟରେ ମୋବାଇଲ ଅଧିକ ଗରମ ହେବା କାରଣରୁ ସେଥିରେ ବିସ୍ଫୋରଣ ହୋଇଥିଲା ।

ପରିବାର ଲୋକ କହିଛନ୍ତି ଯେ, ମୋବାଇଲକୁ ସୋଲାର ପ୍ୟାନଲ ଜରିଆରେ ଚାର୍ଜ କରାଯାଉଥିଲା । ଏହି ସମୟରେ ମୋବାଇଲ ଅଧିକ ଗରମ ହୋଇଥିଲା ଓ ତାହା ଫାଟିଯାଇଥିଲା । ସେଥିରୁ ବାହାରିଥିବା ନିଆଁରେ ପାଖରେ ଶୋଇଥିବା ଶିଶୁ ପୋଡିଯାଇଥିବା ବେଳେ ତାକୁ ତୁରନ୍ତ ମେଡିକାଲ ନିଆଯାଇଥିଲା । କିନ୍ତୁ ଡାକ୍ତରଙ୍କ ଅନେକ ଚେଷ୍ଟା ପରେ ବି ୮ ମାସର ଶିଶୁକୁ ବଞ୍ଚାଯାଇ ପାରିଲା ନାହିଁ ।

ତେବେ ମୃତକ ନେହାଙ୍କ ପିତା ସୁନିଲ ଶ୍ରମିକ ଭାବେ କାମ କରି ନିଜ ପରିବାରର ପାଳନ ପୋଷଣ କରୁଥିଲେ । କିଛି ଦିନ ପୂର୍ବରୁ ସେ lava କମ୍ପାନୀର ଏକ ମୋବାଇଲ କିଣିଥିଲେ । କିନ୍ତୁ ବିଦ୍ୟୁତର ସମସ୍ୟା ଯୋଗୁଁ ଫୋନକୁ ଚାର୍ଜ କରିପାରୁନଥିଲେ । ଏହି କାରଣ ଯୋଗୁଁ ସୋଲାର ପ୍ୟାନେଲ କିଣି ଚାର୍ଜ କରିବା ପାଇଁ ବ୍ୟବହାର କରୁଥିଲେ । କିନ୍ତୁ ଏହା ତାଙ୍କ ପାଇଁ ମହଙ୍ଗା ପଡିଥିଲା । ମୋବାଇଲ ଫାଟିବାକୁ ସେ ନିଜ ପୁଅକୁ ସବୁଦିନ ପାଇଁ ହରାଇ ବସିଲେ । ନିକଟରେ ରେଡମି ୬ଏ ମୋବାଇଲ ଫାଟିବାର ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.