fbpx

ଫୋନ ଫିଙ୍ଗିଲେ ହେବେ ବିଜେତା: ଜାଣନ୍ତୁ କେଉଁ ଜାଗାରେ ହୋଇଥାଏ ଏଭଳି ପ୍ରତିଯୋଗିତା

ବେଳେବେଳେ ଆମ ମାନଙ୍କ ଭିତରୁ କେହି କେହି ଫୋନରେ କଥା ହେଲା ବେଳେ ନଟୱର୍କ ସମସ୍ୟାରେ ବିରକ୍ତି ପ୍ରକାଶ କରି ହେଉ ଅଥବା ଅପରପକ୍ଷର ପ୍ରତିକ୍ରିୟାରେ ଉତକ୍ଷିପ୍ତ ହୋଇ କିମ୍ବା ଫୋନର ଯାନ୍ତ୍ରିକ ତ୍ରୁଟି କାରଣରୁ ହାତରେ ଧରିଥିବା ଫୋନକୁ ଫିଙ୍ଗି ଦେଇଥାନ୍ତି ।

କିନ୍ତୁ କେବେ ଶୁଣିଛନ୍ତି କି? ଯେ ଏହି ଫୋନକୁ ଫିଙ୍ଗିଲେ ଆପଣ ବିଜେତା ହୋଇପାରନ୍ତି ଏବଂ ଆପଣଙ୍କୁ ଉପହାର ମଧ୍ୟ ମିଳିପାରେ । ହଁ, ଫିନଲାଣ୍ଡ ପରି ଦେଶରେ ଫୋନ୍ ଫିଙ୍ଗିବା ଏକ ସରକାରୀ କ୍ରୀଡ଼ାର ମାନ୍ୟତା ପାଇବା ସହ ସେଠାରେ ବାର୍ଷିକ ଫୋନ ଫିଙ୍ଗା ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଏହି କଥା ଆଶ୍ଚର୍ଯ୍ୟ ହେଉନଥିଲେ ବି ସତ ।

ଏଭଳି ବିଚିତ୍ର କ୍ରିଡ଼ାର ଆୟୋଜନ ପଛରେ ଫିନଲାଣ୍ଡର ଫେନୁଲିଙ୍ଗିଆ ନାମକ ଅନୁବାଦ ଏବଂ ଓ ଭାଷାନ୍ତର ବ୍ୟାଖ୍ୟା କମ୍ପାନିର ଏକ ମହତ୍ ଉଦ୍ଦେଶ୍ୟ ରହିଥିଲା । ସଂପୃକ୍ତ କମ୍ପାନି ୨୦୦୦ ମସିହା ବେଳେ ତାହାର କର୍ମଚାରୀ ଓ ଅନ୍ୟମାନଙ୍କୁ ମନରୁ ହତାଶାଭାବ ଦୂର କରିବା ପାଇଁ ଏପରି ମୋବାଇଲ ଫୋନ୍ ଫିଙ୍ଗିବାକୁ ଏକ ଉପାୟ ଭାବରେ ବିଚାରିଥିଲା । ଅବଶ୍ୟ ଏଥିରେ କେହି ନିଜର ଫୋନ୍ ନ ଫିଙ୍ଗି ସେମାନଙ୍କୁ କମ୍ପାନି ଯୋଗାଇଥିବା ଫୋନ୍ ଫୋପାଡ଼ୁଥିଲେ । ଫୋନକୁ ଯିଏ ଯେତେ ଅଧିକ ଦୂର ଫିଙ୍ଗି ପାରୁଥିଲା, ତଦନୁସାରେ ବିଜେତା ବଛାଯାଉଥିଲା । ଲୋକଙ୍କ ମନରେ ଏହି ପ୍ରତିଯୋଗିତା ବେଶ କୌତୁହଳ ସୃଷ୍ଟି କରିବା ସହ ଦିନକୁ ଦିନ ଲୋକପ୍ରିୟ ହେବାକୁ ଲାଗିଥିଲା ।

ବିଶେଷ କରି ୨୨୦ ଗ୍ରାମରୁ ୪୦୦ ଗ୍ରାମ୍ ଓଜନ ଭିତରେ ଯେ କୌଣସି ଫୋନକୁ ଫିଙ୍ଗିବା ପାଇଁ କିଛି ନୀତି ନିୟମ ମଧ୍ୟ ଲାଗୁ କରାଗଲା । ତେଣୁ ୨୦୦୦ ମସିହା ପରଠାରୁ ପ୍ରତିବର୍ଷ ଫିନଲାଣ୍ଡରେ ଅଗଷ୍ଟ ମାସରେ ଏପରି ମୋବାଇଲ ଫୋନ୍ ଫିଙ୍ଗା ବିଶ୍ୱ ପ୍ରତିଯୋଗିତା ହୋଇ ଆସୁଛି । ଏଥିରେ ଅଷ୍ଟ୍ରିଆ, ବେଲଜିୟମ୍, ଚେକୋସ୍ଲୋଭାକିଆ ଏବଂ ଆମେରିକା ଆଦି ଦେଶ ଭାଗ ନେଉଛନ୍ତି । ବେଲଜିଅମର ଡ୍ରାଇଜ୍ ଫିରମାନସ ୨୦୧୪ ରେ ସର୍ବାଧିକ ୧୧୦.୪୨ ମିଟର ଦୂରକୁ ମୋବାଇଲ ଫିଙ୍ଗି ଏହି କ୍ରୀଡ଼ାର ରେକର୍ଡ ସ୍ଥାପନ କରିଥିଲେ ଯାହାକୁ ଏପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାନ୍ତି ।

Get real time updates directly on you device, subscribe now.