ରଥ ଉପରକୁ ମୋବାଇଲ ନେଇ ଯାଇପାରିବେନି ସେବାୟତ: ଆଇନ ମନ୍ତ୍ରୀଙ୍କ ସୂଚନା

ରଥ ଉପରକୁ ମୋବାଇଲ ନେଇ ଯାଇପାରିବେନି ସେବାୟତ । ଏହାସହ ଅଣସେବାୟତ ରଥ ଉପରକୁ ଗଲେ ପୋଲିସକୁ ଦିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଭୁବନେଶ୍ବର: ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ପ୍ରସ୍ତୁତି ଜେରଦାର ଚାଲିଛି । ଏହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, “ରୀତିନୀତି ଦୃଷ୍ଟିରୁ ସବୁ ଠିକ ଅଛି । ଠିକ ସମୟରେ ସରିବ ପହଣ୍ଡିବିଜେ । ସମୟ ନିର୍ଘଣ୍ଟ ଅନୁଯାୟୀ ଶେଷ ହେବ । ରଥ ଉପରକୁ ମୋବାଇଲ ଯାଇପାରିବ ନାହିଁ” । ତେବେ ଅଣସେବାୟତ ରଥ ଉପରକୁ ଗଲେ ପୋଲିସକୁ ଦିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।