fbpx

ଫୁଲ୍ ବ୍ରାଇଟନେସ୍ ଯୋଗୁଁ ହ୍ୟାଙ୍ଗ ହୋଇପାରେ ଫୋନ୍, ଫାଟିପାରେ ବ୍ୟାଟେରୀ: ଜାଣନ୍ତୁ ଆଉ କ’ଣ ହେବ କ୍ଷତି

Advertisement

ନୂଆଦିଲ୍ଲୀ: କିଛି ଲୋକ ନିଜର ଫୋନର ବ୍ରାଇଟନେସ୍ ସବୁବେଳେ ହାଇ ରଖିଥାନ୍ତି । ଏହି ଅଭ୍ୟାସ୍ ଠିକ୍ ନୁହେଁ । ଏହା ଆପଣଙ୍କ ଫୋନ୍ ପାଇଁ ଓ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ବ୍ରାଇଟନେସ୍ ଅଧିକ ରଖିବା ଦ୍ୱାରା ଫୋନ୍ ଖରାପ ହୋଇପାରେ, ଯାହାକୁ ଠିକ୍ କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କ ଖର୍ଚ୍ଚ କରିବାକୁ ପଡ଼ିପାରେ । ଏହା ସହ ଅଧିକ ବ୍ରାଇଟନେସ୍ ଆପଣଙ୍କ ଆଖିକୁ ଖରାପ କରିପାରେ ।

ଫୁଲ୍ ବ୍ରାଇଟନେସ୍ ଫୋନର ପ୍ରୋସେସର ପାଇଁ ମଧ୍ୟ ଖରାପ ହୋଇଥାଏ । ଫୁଲ ବ୍ରାଇଟନେସ୍ ରଖିବା ଦ୍ୱାରା ପ୍ରୋସେସର୍ ଉପରେ ଅଧିକ ଚାପ ପଡ଼ିଥାଏ । ଏହି କାରଣରୁ ସ୍ମାର୍ଟଫୋନ୍ ହ୍ୟାଙ୍ଗ ହୋଇଥାଏ । ତେଣୁ ଯଦି ଆପଣ ଚାହୁଁଛନ୍ତି ଯେ ଫୋନ୍ ସୁରୁଖୁରୁରେ ଚାଲୁ, ତେବେ ବ୍ରାଇଟନେସ୍ ହ୍ରାସ କରନ୍ତୁ ।

ଏହା ସହ ଫୋନର ବ୍ରାଇଟନେସ୍ ସବୁବେଳେ ଅଧିକ ରଖିବା ଦ୍ୱାରା ବ୍ୟାଟେରୀ ବହୁତ ଗରମ ହୋଇଯାଏ । ଅତ୍ୟଧିକ ଗରମ ହେବା କାରଣରୁ ବ୍ୟାଟେରୀ ଫାଟିପାରେ । ସେଥିପାଇଁ ବ୍ରାଇଟନେସକୁ ମିଡିୟମରେ ସେଟ୍ କରନ୍ତୁ ଓ କେବଳ ଆବଶ୍ୟକ ଥିବା ସମୟରେ ହିଁ ଏହାକୁ ବଢ଼ାନ୍ତୁ ।

ଯେତେବେଳେ ଆପଣ ସ୍ମାର୍ଟଫୋନକୁ ଫୁଲ୍ ବ୍ରାଇଟନେସରେ ବ୍ୟବହାର କରନ୍ତି, ଏହାର ବ୍ୟାଟେରୀର ଲାଇଫ୍ କମିଯାଏ । ଫୁଲ ବ୍ରାଇଟନେସ୍ ଦେବାରୁ ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଏ ଓ ଏହାକୁ ବାରମ୍ବାର ଚାର୍ଜ କରିବାକୁ ପଡ଼ିଥାଏ । ଏଥିରେ ବ୍ୟାଟେରୀର ଲାଇଫ୍ କମିଯାଏ ।

ସ୍ମାର୍ଟଫୋନର ଡିସପ୍ଲେର ବ୍ରାଇଟନେସ୍ ଫୁଲ ରହିବା କାରଣରୁ ଡିସପ୍ଲେ ମଧ୍ୟ ଖରାପ ହୋଇପାରେ । ଅଧିକ ଗରମ ଯୋଗୁଁ ଏପରି ହୋଇପାରେ । ଯଦି ଫୁଲ୍ ବ୍ରାଇଟନେସ୍ କାରଣରୁ ଫୋନ୍ ଗରମ ହେଉଛି, ତେବେ ଏହାର ପ୍ରଭାବ ଡିସପ୍ଲେ ଉପରେ ପଡିଥାଏ ।

Get real time updates directly on you device, subscribe now.