fbpx

୬ ମାସ ହେଲା ପେଟରେ ରହିଥିଲା ମୋବାଇଲ୍, ଏକ୍ସରେ ଦେଖି ଡାକ୍ତର ମାନେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ହେଲେ ଯେତେବେଳେ ଡାକ୍ତର ଯାଞ୍ଚ କରିବା ପାଇଁ ଏକ୍ସରେ କଲେ ସେତେବେଳେ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଥା ହେଉଛି ରୋଗୀଙ୍କ ପେଟରୁ ଏକ ମୋବାଇଲ ଫୋନ୍ ବାହାରିଲା । ଯାଞ୍ଚରୁ ଜଣାପଡ଼ିଲା ଯେ, ଫୋନ୍ ଟି ପାଖାପାଖି ୬ ମାସ ହେବ ପେଟରେ ରହିଥିଲା । ଚାଲନ୍ତୁ କଣ ରହିଛି ପୂରା ମାମଲା ।

ସୂଚନା ମୁତାବକ, ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କ ପେଟର ଅପରେସନ୍ ହୋଇଥିଲା । ଡାକ୍ତର ମାନେ ରୋଗୀଙ୍କ ପେଟରୁ ଏକ ମୋବାଇଲ୍ ଫୋନ୍ ବାହାର କରିଥିଲେ । ଏହି ମୋବାଇଲ ଫୋନ୍ ରୋଗୀଙ୍କ ପେଟରେ ୬ ମାସ କାମ ରହିଥିଲା । ଡାକ୍ତର ମାନେ କିପରି ମୋବାଇଲ୍ ଫୋନ କୁ ବାହାର କରିବେ ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ । କିନ୍ତୁ ଅପରେସନ୍ ପରେ ମୋବାଇଲ୍ ଟିକୁ ବାହାର କରିବାରେ ସଫଳ ହୋଇପାରିଥିଲେ ।

ତେବେ ମୋବାଇଲ୍ ଫୋନ୍ ଗିଳିବା ପରେ ସେ ଖୁବ୍ ଡରିଯାଇଥିଲେ କିନ୍ତୁ ସେ ଭାବୁଥିଲେ ଯେ, ସ୍ୱାଭାବିକ ଭାବରେ ଫୋନ୍ ବାହାରିଯିବ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ସେ ଠିକ୍ ଭାବରେ ଖାଇବା ନେଇପାରୁନଥିଲେ । କିଛି ଦିନ ବିତିବା ପରେ ତାଙ୍କ ଜୀବନ ଉପରେ ବିପଦ ଥିବାରୁ ସେ ସର୍ଜରୀ କରିବାପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ । ମୋବାଇଲ୍ ଟି ନୋକିଆର ୩୩୧୦ ମଡେଲ୍ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.