fbpx

ଆପଣ ନେଟବ୍ୟାଙ୍କିଂ କରୁଛନ୍ତି କି, ତେବେ ଜାଣି ନିଅନ୍ତୁ NEFT, RTGS ଓ IMPS ମଧ୍ୟରେ କ’ଣ ରହିଛି ତଫାତ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ ଇଣ୍ଡିଆକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଦେଶରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ମନି ଟ୍ରାନ୍ସଫର କରିବା ପ୍ରକ୍ରିୟାକୁ ଅତି ସହଜ କରିଦେଇଛି ଡିଜିଟାଲ ପେମେଣ୍ଟ । ଦେଶର ଅଧିକାଂଶ ଘରୋଇ କମ୍ପାନୀ ଓ ସରକାରୀ ବିଭାଗମାନଙ୍କରେ ମଧ୍ୟ ଡିଜିଟାଲ ପେମେଣ୍ଟ ସେବା ବଢ଼ିଗଲାଣି । ସହଜରେ ଫଣ୍ଡ ଟ୍ରାନ୍ସଫର କରିବା ସହ ସମସ୍ତ ରେକର୍ଡ ରଖିବାରେ ଏହା ସହାୟକ ହୋଇପାରୁଛି । ତେବେ ଅନଲାଇନ ପେମେଣ୍ଟ ପାଇଁ ତିନି-ଚାରିଟି ପ୍ରକ୍ରିୟା ରହିଥିବାରୁ ଏହା ଜନତାଙ୍କୁ କନଫ୍ୟୁଜରେ ପକାଇଥାଏ । ଆସନ୍ତୁ ଜାଣିବା NEFT, RTGS ଓ IMPS ମଧ୍ୟରେ କ’ଣ ରହିଛି ତଫାତ ।

NEFT: ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ନିଫ୍ଟ)ରେ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଫଣ୍ଡ ଟ୍ରାନ୍ସଫର କରାଯାଇଥାଏ । ଏହି ପ୍ରକ୍ରିୟାରେ କମ ସମୟ ମଧ୍ୟରେ ଅର୍ଥ ଟ୍ରାନ୍ସଫର ହୋଇଥାଏ । ସମସ୍ତ ଟ୍ରାଞ୍ଜାକସନ ପ୍ରକ୍ରିୟା ଅଧ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥାଏ । ତେବେ ଆପଣ ଏହାକୁ ୨୪ ଘଣ୍ଟିଆ ବ୍ୟବହାର କରିପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଛି ।

RTGS: ରିଅଲ ଟାଇମ୍ ଗ୍ରସ୍ ସେଟଲମେଣ୍ଟ (ଆରଟିଜିଏସ୍)ରେ ତୁରନ୍ତ ଫଣ୍ଡ ଟ୍ରାନ୍ସଫର ହୋଇଥାଏ । ଆରବିଆଇର ନିର୍ଦ୍ଦେଶ ପରେ ଏହା ୨୪ ଘଣ୍ଟିଆ ଓ ସପ୍ତାହର ସାତଦିନ ଫଣ୍ଡ ଟ୍ରାନ୍ସଫର ସୁବିଧା ପ୍ରଦାନ କରିବା ଆରମ୍ଭ କରିଛି ।

IMPS: ଇମିଡିଏଟ୍ ପେମେଣ୍ଟ ସର୍ଭିସ୍ (ଆଇଏମପିଏସ୍) ପ୍ରକ୍ରିୟାରେ ସଙ୍ଗେସଙ୍ଗେ ମନି ଟ୍ରାନ୍ସଫର ହୋଇଥାଏ । ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଦ୍ୱାରା ମ୍ୟାନେଜ କରାଯାଇଥାଏ । ଆଇଏମପିଏସ୍ ଫଣ୍ଡ ଟ୍ରାନ୍ସଫର ୨୪*୭ ବର୍ଷ ସାରା କରାଯାଇଥାଏ । ତେବେ ଆରବିଆଇ ମୁତାବକ, ସମସ୍ତ ଫଣ୍ଡ ଟ୍ରାନ୍ସଫର ପ୍ରକ୍ରିୟାରେ ଅଲଗା ଅଲଗା ଚାର୍ଜ ଲାଗିଥାଏ ।

Get real time updates directly on you device, subscribe now.