fbpx

ପେଟ୍ରୋଲ-ଡିଜେଲ୍ ଦର ସହିତ ମୁକାବିଲା କରୁଛି ଟମାଟ ଦାମ୍, ୯୩ ଟଙ୍କାରେ ହେଉଛି ବିକ୍ରି!

ନୂଆଦିଲ୍ଳୀ: ପେଟ୍ରୋଲ, ଡିଜେଲ, ଗ୍ୟାସ୍ ପରେ ଏବେ ପନିପରିବା ଦର ଆକାଶଛୁଆଁ ହୋଇଛି । ଯାହାର ପ୍ରଭାବ ଏବେ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି । କିଛି ଦିନ ହେବ ଦେଶର ବିଭିନ୍ନ ସହରରେ ଟମାଟର ଖୁଚୁରା ମୁଲ୍ୟ କିଲୋ ପିଛା ୫୦ ଟଙ୍କାରୁ ନେଇ ୯୩ ଟଙ୍କାରେ ପହଞ୍ଚିଛି । ପ୍ରବଳ ବର୍ଷା କାରଣରୁ ଟମାଟ ଉତ୍ପାଦନ ରେ ବାଧାପ୍ରାପ୍ତ ହେଉଛି । ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି । ତେଣୁ ମହଙ୍ଗା ମାଡ଼ ଲୋକଙ୍କ ଉପରେ ପଡ଼ୁଛି । ଟମାଟର ଖୁଚୁରା ମୁଲ୍ୟ ୯୩ କିଲୋରେ ପହଞ୍ଚିଥିବା ବେଳେ ଟମାଟ ଏବେ ଡିଜେଲ ଦରରେ ବଜାରରେ ଉପଲବ୍ଧ ହେଉଛି ।

ଏହି କ୍ରମରେ ଚେନ୍ନାଇରେ ସୋମବାର ଦିନ ଟମାଟ କିଲୋ ୬୦ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀରେ ୫୯ କିଲୋ ଏବଂ ମୁମ୍ବାଈରେ ୫୩ ଟଙ୍କାରେ ମିଳୁଛି । ଉପଭୋକ୍ତା ମନ୍ତ୍ରାଳୟ ଅନୁସାରେ, ୧୭୫ ସହରରେ କରାଯାଇଥିବା ଟ୍ରାକିଂ ଅନୁସାରେ ୫୦ରୁ ଅଧିକ ସହରରେ ଟମାଟ କିଲୋପିଛା ୫୦ ଟଙ୍କାରେ ବିକ୍ରି ହେଉଛି । କୋଲକାତାରେ ଟମାଟ ୮୪ ଟଙ୍କାରେ ବିକ୍ରି ହେଉଛି । ଚଳିତ ବର୍ଷ ପ୍ରବଳ ବର୍ଷା କାରଣରୁ ଟମାଟ ଉତ୍ପାଦନ ଭଲ ଭାବରେ ହୋଇପାରିନାହିଁ । ଟମାଟର ନୂତନ ଫସଲ ଆସିବାକୁ ୨-୩ ମାସ ଲାଗିବ । ଏହାପରେ ହିଁ ଦର ହ୍ରାସ ପାଇବ । ଚୀନ ପରେ ଭାରତ ହେଉଛି ଦ୍ୱିତୀୟ ଟମାଟ ଉତ୍ପାଦନକାରୀ ଦେଶ ।

Get real time updates directly on you device, subscribe now.