fbpx

ଆଧାର ଦେଖାଇ ପାଆନ୍ତୁ ନୂଆ LPG ଗ୍ୟାସ୍ କନେକ୍ସନ୍, ସବସିଡିର ବି ମିଳିବ ଫାଇଦା

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଆସିଛି ବଡ଼ ଖବର । ଭାରତୀୟ ତୈଳ ନିଗମ ଲିମିଟେଡର ଗ୍ୟାସ କମ୍ପାନୀ Indane ଏକ ବଡ଼ ଘୋଷଣା କରିଛି । Indane ଅନୁସାରେ, ଏବେ ଯେକୌଣସି ଗ୍ରାହକ କେବଳ ଆଧାରକାର୍ଡ ଦେଖାଇ ତୁରନ୍ତ ଏଲପିଜି ନେଇପାରିବେ । ଗ୍ୟାସ କନେକ୍ସନ ପାଇଁ ଆପଣଙ୍କୁ ଆଧାର ଡିଟେଲ ବ୍ୟତୀତ ଅନ୍ୟ କୌଣସି ପ୍ରମାଣପତ୍ର ଦେଖାଇବାର ଆବଶ୍ୟକତା ନାହିଁ ।

ନୂଆ ସହରରେ ଏଲିପିଜି ଗ୍ୟାସ କନେକ୍ସନ ନେଉଥିବା ଲୋକଙ୍କ ପାଇଁ ଏହା ବଡ଼ ସୁବିଧା, କାରଣ ଗ୍ୟାସ କମ୍ପାନୀଗୁଡିକ ଅନେକ ପ୍ରକାରର ଡକ୍ୟୁମେଣ୍ଟ ମାଗିଥାନ୍ତି । ଖାସ୍ କରି ଠିକାଣା ପ୍ରମାଣ ପତ୍ର ଦେବା ବାଧ୍ୟତାମୂଳକ ହୋଇଥାଏ । ସହରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପାଖରେ ଠିକଣା ପ୍ରମାଣପତ୍ର ନଥାଏ । ଏହି କାରଣ ଯୋଗୁଁ ଏଲପିଜି ଗ୍ୟାସ କନେକ୍ସନ ନେବା ପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏବେ ଅତି ସହଜରେ ସେମାନଙ୍କୁ ଗ୍ୟାସ କନେକ୍ସନ ମିଳିଯିବ ।

ତେବେ ନୂଆ ଏଲପିଜି ଗ୍ୟାସ୍ କନେକ୍ସନ ପାଇବାକୁ ପ୍ରଥମେ ଆପଣ ନିକଟସ୍ଥ ଗ୍ୟାସ ଏଜେନ୍ସିକୁ ଯାଆନ୍ତୁ । ସେଠାରେ ଏଲିପିଜି କନେକ୍ସନ ପାଇଁ ଫର୍ମ ପୂରଣ କରନ୍ତୁ ଓ ସେଥିରେ ଆଧାର ଡିଟେଲ ଦେଇ ଆଧାରର ଏକ କପି ଦିଅନ୍ତୁ । ଫର୍ମରେ ରହୁଥିବା ସ୍ଥାନ ବିଷୟରେ ଉଲ୍ଲେଖ କରନ୍ତୁ । ଏହା ପରେ ଆପଣଙ୍କୁ ଏଲପିଜି ଗ୍ୟାସ୍ କନେକ୍ସନ ମିଳିଯିବ । ଏଲପିଜି ଗ୍ୟାସ କନେକ୍ସନ ସହିତ ଆପଣ ସରକାରୀ ସବସିଡିର ବି ଫାଇଦା ଉଠାଇପାରିବେ ।

Get real time updates directly on you device, subscribe now.