Videoରେ ଦେଖନ୍ତୁ ରୋଡ ରୋମିଓଙ୍କ କୀର୍ତ୍ତି: ଯୁବତୀଙ୍କ ଆଗରେ ପ୍ୟାଣ୍ଟ ଖୋଲି ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ….

ଭିଡିଓ କରି ଦୁଃଖ ବଖାଣିଲେ ମଡେଲ୍ । ଯୁବକ ହସ୍ତ ମୈଥୁନ କରୁଥିବାର ଭିଡିଓ ଭାଇରାଲ ।

ଗୁରୁଗ୍ରାମ: ଗୁରୁଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ମହିଳାମାନଙ୍କ ପାଇଁ ଆଜିକାଲି କୌଣସି ଜାଗା ସୁରକ୍ଷିତ ନୁହେଁ ।

ଯୁବତୀ ଜଣକ ଜୟପୁରରୁ ଗୁରୁଗ୍ରାମ ଆସୁଥିଲେ । ରାଜୀବ ଚୌକରେ ଯୁବତୀ ଜଣକ କ୍ୟାବକୁ ଅପେକ୍ଷା କରିଥିବାବେଳେ ତାଙ୍କ ସହ ଏକ ଅଜବ ଘଟଣା ଘଟିଥିବା ସେ ସୋସିଆଲ ମିଡିଆରେ ଭିଡିଓ କରି କହିଛନ୍ତି ।

ଯୁବତୀ ଜଣକ ପେଶାରେ ଜଣେ ମଡେଲ । ଅଗଷ୍ଟ ୨ ତାରିଖ ସମୟ ପ୍ରାୟ ୧୧ଟା ବେଳେ ଯୁବତୀଙ୍କ ସହ ଏ ଘଟଣା ଘଟିଛି । ସେ ଗହଳି ଛକରେ ଛିଡ଼ା ରହିଥିବାବେଳେ ଜଣେ ଯୁବକ ସେଠାକୁ ଆସି ତାଙ୍କୁ ଚାହିଁଥିଲେ ।

କିଛି ସମୟ ଚାହିଁବା ପରେ ସେ ହଠାତ୍ ପ୍ୟାଣ୍ଟ ଚେନ୍ ଖୋଲି ହସ୍ତ ମୈଥୁନ କରିବା ଆରମ୍ଭ କରିଦେଲେ । ଯୁବକଙ୍କ କାରନାମାକୁ ଯୁବତୀଜଣକ ନିଜ ଫୋନରେ କଏଦ କରିଥିବା ଦେଖିବାକୁ ମିଳିଛି ।

ଏହାପରେ ଯୁବତୀ ଜଣକ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ମଧ୍ୟ ଶେୟାର କରିଛନ୍ତି । ଯେଉଁଥିରେ ଯୁବକଙ୍କ କାରନାମା କଏଦ ରହିଛି । ଭିଡିଓରେ ଯୁବକ ଜଣକ ବ୍ୟାକ ବ୍ୟାଗକୁ ଆଗପଡେ ପକାଇ ଯୁବତୀଙ୍କ ଆଗପଛ ବୁଲି ହସ୍ତ ମୈଥୁନ କରୁଥିବା ଦେଖିବାକୁ ମିଳିଛି ।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସୋସିଆଲ ମିଡିଆ ୟୁଜର୍ସ ଯୁବକଙ୍କ  କାରନାମାକୁ ନିନ୍ଦା କରିବା ସହ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

 

View this post on Instagram

 

A post shared by Soni Singh ✨ (@isonisinghh)