fbpx

ୱେବ ସିରିଜ୍ ନାଁରେ ଧୋକା: ପର୍ଣ୍ଣ ସାଇଟରେ ଅପଲୋଡ କରିଦେଲେ ମଡେଲଙ୍କ ବୋଲ୍ଡ ଫିଲ୍ମ

ୱେବ ସିରିଜ ନାଁରେ ଜଣେ ଯୁବତୀଙ୍କୁ ଧୋକା । ଏଭଳି ଏକ ସମ୍ବେଦନଶୀଳ ମାମଲା ମଧ୍ୟପ୍ରଦେଶରୁ ଆସିଛି । ସେଠାରେ ୱେବ ସିରିଜ୍ କରିବା ନାଁରେ ଜଣେ ଯୁବତୀଙ୍କର ଅଶ୍ଲୀଳ ଫିଲ୍ମ କରି ତାହାକୁ ପର୍ଣ୍ଣ ସାଇଟରେ ଅପଲୋଡ କରାଯାଇଛି । ମଧ୍ୟପ୍ରଦେଶ ଇନ୍ଦୋରରେ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ କରିଥିବା ର୍ୟାକେଟର ଏବେ ଖୁଲାସା ହୋଇଛି । ଏହି ମାମଲାରେ କାଷ୍ଟିଂ ନିର୍ଦ୍ଦେଶକଙ୍କୁ ଅଟକ ରଖାଯାଇଛି ।

ଖବର ମୁତାବକ, ଧାମନୋଦରେ ରହୁଥିବା ଜଣେ ଯୁବତୀ ସାଇବର ପୋଲିସକୁ ଅଭିଯୋଗ କରି କହିଛନ୍ତି ଯେ, ୨୦୧୯ ଡିସେମ୍ବରରେ ବିଜେନ୍ଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ ୱେବସିରିଜ ଲଞ୍ଚ କରିବାକୁ ପ୍ରଲୋଭନ ଦେଖାଇଫାର୍ମ ହାଉସ୍ ନେଇଯାଇଥିଲେ । ସେହି ଯୁବତୀ ଜଣକ ଇନ୍ଦୋରରେ ମଡେଲିଂ କରୁଥିଲେ ।

ଯୁବତୀ ଜଣ କ ନିଜର କାଷ୍ଟିଂ ନିର୍ଦ୍ଦେଶକ ମିଲିନ୍ଦଙ୍କ ସହ ସେଠାରେ ପହଞ୍ଚିଥିଲେ । ବୋଲ୍ଡ ଚଳଚ୍ଚିତ୍ରରେ କାମ ଦେବା ବାହାନାରେ ବିଜେନ୍ଦ୍ର କିଛି ବୋଲ୍ଡ ଦୃଶ୍ୟ ସୁଟ୍ କରିଥିଲା । ଏହା ପରେ ଯୁବତୀ ଜଣକ ଏହି ଫିଲ୍ମଟିର ରିଲିଜ ପାଇଁ ଅପେକ୍ଷା କରିଥିବା ବେଳେ ଫିଲ୍ମଟି ପର୍ଣ୍ଣ ସାଇଟରେ ଅପଲୋଡ ହୋଇଥିଲା । ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟମାନେ ଏହି ବିଷୟରେ କହିଥିଲେ, କିନ୍ତୁ ସେତେବେଳକୁ ୪ ଲକ୍ଷ ଲୋକ ଏହାକୁ ଦେଖିସାରିଥିଲେ । ଏଥିରେ ବିବ୍ରତ ହୋଇ ଯୁବତୀ ଜଣକ ବିଜେନ୍ଦ୍ର ଓ ତାଙ୍କ ସାଙ୍ଗମାନଙ୍କୁ କଣ୍ଟ୍ରାକ୍ଟ କରିଥିଲେ, କିନ୍ତୁ ସେମାନେ ଯୁବତୀଙ୍କୁ ଅଣଦେଖା କରିଦେଲେ ।

ଏନେଇ ଯୁବତୀ ଜଣକ କାଷ୍ଟିଂ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କ ବିରୋଧରେ ଥାନାରେ ମାମଲା ଦେଇଛନ୍ତି ।

Get real time updates directly on you device, subscribe now.