fbpx

୨୪ରେ ମୋଦି – ବାଇଡେନ ଫେସ ଟୁ ଫେସ ମିଟ୍

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ଚଳିତ ମାସ ୨୪ରେ କ୍ୱାଡ ବୈଠକରେ ଏହି ଦୁଇ ନେତା ଯୋଗ ଦେବେ । ପୂର୍ବରୁ ଏହି ଦୁଇ ନେତା ଭର୍ଚୁଆଲ ମୋଡରେ ଅନେକ ବୈଠକ କରିସାରିଛନ୍ତି । ହେଲେ ଏବେ ମୋଦି ଏବଂ ବାଇଡେନ ଫେସ ଟୁ ଫେସ ହେବାକୁ ଯାଉଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମୋଦିଙ୍କ ଘନିଷ୍ଠତା ଥିଲା । ଏବେ ବାଇଡେନ୍‌ଙ୍କ ସହ ମୋଦିଙ୍କ ସମ୍ପର୍କ କିରି ରହୁଛି ତାହା ଉପରେ ସମସ୍ତଙ୍କ ନଜର । ଏହି ଅବସରରେ ମୋଦି ଓ ବାଇଡେନ୍‌ଙ୍କ ମଧ୍ୟରେ ଆଫଗାନ୍‌ ପ୍ରସଙ୍ଗ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ ।

 

Get real time updates directly on you device, subscribe now.