fbpx

ଦ୍ୱିତୀୟ ଶ୍ରୀକ୍ଷେତ୍ର ବେଢାରୁ ବୋହୁଛି ପାଣି ଝର, ଦର୍ଶନ ନେଇ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ରଣପୁର (ଭାସ୍କର ନ୍ୟୁଜ୍‌): ରଣପୁର ଅଞ୍ଚଳର ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ରଣପୁର ଜଗନ୍ନାଥ ମନ୍ଦିରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିବା ବେଳେ ଏବେ ଭକ୍ତ ମାନେ ମନ୍ଦିର ଭିତରକୁ ଯିବାରେ ବହୁ ଅସୁବିଧା ଭୋଗ କରୁଛନ୍ତି । ଜଗନ୍ନାଥ ମନ୍ଦିର ବେଢା ଓ ସିଂହଦ୍ୱାରରୁ ପାଣି ଝର ବାହାରିବା ଯୋଗୁଁ କାଦୁଆ ଓ ଝର ଜଳରେ ଭକ୍ତ ମାନେ ନାହିଁ ନଥିଲା ଅସୁବିଧା ଭୋଗ କରୁଥିବା ଜଣାପଡିଛି । ସେହି ଝର ଜଳ ଯିବା ପାଇଁ ଡ୍ରେନ ନଥିବାରୁ ବଜାର ସାରା ରଥଖଳାରେ ଝର ପାଣି ମାଡି ଚାଲିଛି । ସାଧାରଣତଃ ଗାଡି ମଟର ଗଲା ବେଳେ ପାଣି କାଦୁଅ ଛିଟା ମାରିବା ଯୋଗୁଁ ସାଧାରଣ ରାସ୍ତାରେ ଚାଲିକରି ଯାଉଥିବା ଲୋକ ମାନଙ୍କ ଉପରେ ପାଣି କାଦୁଅ ଛିଟା ପଡୁଛି । ରଥ ଖଳା ଏକ ଗାଈ ଗୁହାଳର ଭ୍ରମ ସୃଷ୍ଟି କରୁଛି । ବର୍ଷା ବେଳ କଥା କହିଲେ ନସରେ । ବଡଦାଣ୍ଡରେ ଡ୍ରେନ୍‌ ଓ ସାମୁକା ସାହିରେ ଡ୍ରେନ ଥିଲେ ମଧ୍ୟ ପାଣି ଯିବା ପାଇଁ ଡ୍ରେନ କୁ ସଂଯୋଗ ନାହିଁ । ତେଣୁ ମୁଖ୍ୟ ରାସ୍ତା ରେ ଆଙଋୁଏ ପାଣି ଚାଲିଛି । ଏ ସର୍ମ୍ପକରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଜଗନ୍ନାଥ ମନ୍ଦିର ସାମ୍ନାରେ ଡ୍ରେନ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।

ଆଗାମୀ ୨୬ ତାରିଖ ରେ ଟେଣ୍ଡର କରାଯିବ । ଏ ନେଇ ରଣପୁର ଦେବୋର ଅଧିକାରୀ ତଥା ତହସିଲଦାର ସଂଜୟ କୁମାର ସାମନ୍ତାରାୟଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ମନ୍ଦିର ପରିଚାଳକ ଆମ୍ଭକୁ ରିପୋର୍ଟ କରିନାହାଁନ୍ତି । ସେ ଆମ୍ଭଙ୍କୁ ରିପୋର୍ଟ କଲେ ରାଜ୍ୟ ଦେବୋର ବିଭାଗକୁ ଜଳ ନିଷ୍କାସନ ପାଇଁ ପ୍ରସ୍ତାବ ପଠାଯିବ । ମନ୍ଦିର ପରିଚାଳକ ରମେଶ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ । ଜନସାଧାରଣ ଓ ଭକ୍ତ ମାନଙ୍କୁ ଅସୁବିଧାରୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.