fbpx

ଦ୍ୱିତୀୟ ଈଶ୍ୱରଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ

Advertisement

ନୂଆଦିଲ୍ଲୀ: ବିଶ୍ୱ ଡାକ୍ତର ଦିବସ ଅବସରରେ ଏହି କରୋନା ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୱରେ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡାକ୍ତର ମାନଙ୍କୁ ଦ୍ୱିତୀୟ ଇଶ୍ୱର ଭାବରେ ଅଭିହିତ କରିବା ସହିତ କରୋନା ବିରୋଧୀ ଲଢେଇରେ ସେମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ମୋଦି । କରୋନା ଭଳି ମହାମାରୀ ସମୟରେ ଦେଶର ସ୍ୱାସ୍ଥ୍ୟକର୍ମୀ ମାନେ ଅହୋରାତ୍ର ନିରନ୍ତର ପରିଶ୍ରମ ଜାରି ରଖିଛନ୍ତି । ଡାକ୍ତର ମାନଙ୍କର ଏହି ପରିଶ୍ରମ କାରଣରୁ ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛୁ । ଏଥିପାଇଁ ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ମୁଁ ଡାକ୍ତର ମାନଙ୍କୁ ଧନ୍ୟବାଦ ଜଣାଉଛି ।

ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ମଧ୍ୟ ଖାତିର କରି ନାହାନ୍ତି ଡାକ୍ତର । ଦେବଦୂତ ସାଜି ଏମାନେ ରୋଗୀଙ୍କୁ ନୂଆ ଜୀବନ ଦେଇଥିବା ବେଳେ କରୋନାର ଦ୍ୱିତୀୟ ଲହରରେ ଦେଶ ପ୍ରାୟ ୩ ହଜାର କରୋନା ଯୋଦ୍ଧାଙ୍କୁ ହରାଇଛି । ଏହି ଡାକ୍ତର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ମୋଦି । ବର୍ତ୍ତମାନର ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବଜେଟରେ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ବ୍ୟୟବରାଦକୁ ଦୁଇ ଗୁଣ କରାଯାଇଛି । ଏହା ସହିତ ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ଅଙ୍ଗୀକାରବଦ୍ଧ ଥିବା କହିଛନ୍ତି ମୋଦୀ । ଡାକ୍ତର ବିରୋଧୀ ହିଂସା ପ୍ରତିରୋଧ ପାଇଁ କଡା ଆଇନୂ ପ୍ରଣୟନ କରାଯାଇଛି । କରୋନା କାଳରେ ଡାକ୍ତର ମାନଙ୍କ ଦ୍ୱାରା କରାଯାଇଥିବା ସଂଘର୍ଷ ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମୋଦି କହିଥିଲେ । ଏହା ସହିତ ମିଳିତ ଭାବରେ ଆମେ କରୋନାକୁ ପରାଜିତ କରି ପାରିବା ବୋଲି ମୋଦି କହିଥିଲେ ।

ଭାରତୀୟ ମେଡିକାଲ ଆସୋସିଏନ୍ ଦ୍ୱାରା ଯୋଗ ଉପରେ ବୈଜ୍ଞାନିକ ମାନେ ରିସର୍ଚ୍ଚ କରିବା ପାଇଁ ମୋଦି ଆହ୍ୱାନ ଦେଇଥିଲେ । ଏହା ଉପରେ ରିସର୍ଚ୍ଚ କରାଯାଇ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ଏହି ତଥ୍ୟ ପ୍ରକାଶିତ କରାଗଲେ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏହା ଲାଭଦାୟକ ହେବ ବୋଲି ମୋଦି କହିଥିଲେ । ଟିକା କିଭଳି ଭାବରେ ଆମକୁ ସହାୟତା କରୁଛି ଏ ସମ୍ପର୍କରେ ଆମକୁ ଅଧିକ ସହାୟତା କରିବ । ଅତୀତରେ ମହାମାରୀ ହୋଇଥିବା ବେଳେ ଏହା ଉପରେ କୌଣସି ଲିଖିତ ତଥ୍ୟ ନଥିବା ବେଳେ ବର୍ତ୍ତମାନ ସମୟରେ ଗଚ୍ଛିତ କରାଯାଇଥିବା ତଥ୍ୟ ଭବିଷ୍ୟତ ପାଇଁ କାମରେ ଆସିବ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.