fbpx

ମହାରାଷ୍ଟ୍ରରେ ବନ୍ୟା ପ୍ରଭାବିତ କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ୭୦୦ କୋଟିର ରିଲିଫ ପ୍ୟାକେଜ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମଙ୍ଗଳବାର ମହାରାଷ୍ଟ୍ରର ଚାଷୀଙ୍କ ପାଇଁ ଏକ ବଡ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । ଯେଉଁଥିରେ ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ସହାୟତା ପାଇଁ କେନ୍ଦ୍ର ପ୍ରାୟ ୭୦୦ କୋଟି ଟଙ୍କା ମଞ୍ଜୁର କରଯିବା ନେଇ ସେ ସୂଚନା ଦେଇଛନ୍ତି ।
କିଛି ଦିନ ଧରି ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ପ୍ରାୟ ଦୁଇଶହ ଲୋକ ପ୍ରାଣ ହରାଇଛନ୍ତି । ଅନେକ ଘର ନଷ୍ଟ ହୋଇଛି, ଅନେକ ଦୋକାନରେ ସାମଗ୍ରୀ ନଷ୍ଟ ହୋଇଯାଇଥିଲା । ଏହି ବନ୍ୟା ଯୋଗୁଁ ରାଜ୍ୟର କୃଷକଙ୍କ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଲୋକସଭାର ମୌସୁମୀ ଅଧିବେଶନରେ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ବିଷୟରେ ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଏହି ବିପର୍ଯ୍ୟୟ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ହଜାର ହଜାର ପରିବାର ଅସୁବିଧାରେ ପଡ଼ିଛନ୍ତି। ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି, “ଆମ ପାଖରେ ଥିବା ସୂଚନାରେ, ବିଶେଷ କରି କୃଷକମାନଙ୍କ ପାଇଁ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ପାଇଛୁ। ଆମେ ସେଗୁଡ଼ିକୁ ବିଶ୍ଳେଷଣ କରିଛୁ । ଏହି ଆଧାରରେ ଗୃହ ମନ୍ତ୍ରଣାଳୟ ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୭୦୦ କୋଟି ଟଙ୍କା ମଞ୍ଜୁର କରିଛି। ”

 

Get real time updates directly on you device, subscribe now.