fbpx

ଟୋକିଓ ଫ୍ଲାଇଟ ମିସ୍ କଲେ ବିନେଶ ଫୋଗଟ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ରେସଲର ବିନେଶ ଫୋଗଟ ଟୋକିଓ ଫ୍ଲାଇଟ ମିସ୍ କରିଛନ୍ତି । ଟୋକିଓରେ ଭାରତର ସର୍ବଶ୍ରେଷ୍ଠ ପଦକ ଆଶା ରହିଥିବା ବିନେଶ ଫ୍ରାଙ୍କଫର୍ଟରୁ ଟୋକିଓ ନିମନ୍ତେ ଧରିବାକୁ ଥିବା ବିମାନ ମିସ କରିଛନ୍ତି । ଭିସାରେ ରହିଥିବା ସମସ୍ୟା କାରଣରୁ ଫୋଗଟ ନିଜ ବିମାନରେ ବସି ପାରିନଥିଲେ ।

ପୂର୍ବରୁ ୟୁରୋପର ହଙ୍ଗେରୀରେ ରହି ଅଲିମ୍ପିକ୍ସ ପ୍ରସ୍ତୁତି କରୁଥିବା ବିନେଶଙ୍କୁ ୟୁରୋପିଆନ ୟୁନିୟନ ପକ୍ଷରୁ ୯୦ ଦିନର ଭିସା ପ୍ରଦାନ କରାଯାଇଥିଲା । ବିଶ୍ୱ ମାନ୍ୟତାରେ ୧ ନମ୍ବର ସ୍ଥାନରେ ରହିଥିବା ୨୬ ବର୍ଷୀୟ ବିନେଶ କିନ୍ତୁ ୯୧ ଦିନ ରହି ଯାଇଥିଲେ । ବୁଦାପେଷ୍ଟରୁ ଆସି ଫ୍ରାଙ୍କଫର୍ଟରେ ପହଞ୍ଚିବା ପରେ ଏହି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ବିନେଶ । ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ବିନେଶଙ୍କୁ ଅଟକ ରଖାଯିବା ପରେ ସାଇ ପକ୍ଷରୁ ତ୍ୱରିତ ଉପାୟରେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତୁରନ୍ତ ବିନେଶଙ୍କ ଭିସା ନବୀକରଣ କରାଯିବା ପରେ ସେ ବର୍ତ୍ତମାନ ଗୋଟିଏ ଦିନ ବିଳମ୍ବରେ ଟୋକିଓରେ ପହଞ୍ଚିବେ ବୋଲି କୁହାଯାଇଛି । ଏସିଆନ୍ ଚାମ୍ପିୟନଶିପ୍ ସ୍ୱର୍ଣ୍ଣ ଓ ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ ବିଜୟିନୀ ବିନେଶ ନିଜ ବର୍ଗରେ ସ୍ୱର୍ଣ୍ଣ ହାସଲର ଦାବିଦାର ରହିଛନ୍ତି ।

Get real time updates directly on you device, subscribe now.