fbpx

ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲା: ଆକାଉଣ୍ଟ ଅଚଳ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଜଡିତ ଥିବା ଏକ ଆକାଉଣ୍ଟକୁ ଅଚଳ କରିଛି ମୁମ୍ବାଇ ପୋଲିସ । ଅରବିନ୍ଦ ଶ୍ରୀବାସ୍ତବ ଆଲିଆସ ୟଶ ଠାକୁରଙ୍କ ନାମରେ ରହିଥିବା ଏହି ଆକାଉଣ୍ଟରେ ୬ କୋଟି ଟଙ୍କା ରହିଛି । ମୁମ୍ବାଇ ପୋଲିସ ପକ୍ଷରୁ ଆକାଉଣ୍ଟକୁ ଅଚଳ କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ୟଶ ଠାକୁର ଅନୁରୋଧ କରିଥିଲେ । ତେବେ ପ୍ରଥମେ ପୋଲିସ ନିକଟରେ ହାଜର ହୋଇ ତଦନ୍ତର ସମ୍ମୁଖୀନ ହେବା ପାଇଁ କହିଛି ମୁମ୍ବାଇ ପୋଲିସ ।

ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନିଆ ପୋଲିସ ହିରାସତକୁ ପଠା ଯାଇଛି । ଏହା ସହିତ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନଚିଟ୍ ମିଳିନଥିବା ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ସମସ୍ତ ସମ୍ଭବ ଦିଗର ତଦନ୍ତ ଜାରି ରହିଛି ଏବଂ ଫରେନସିକ୍ ଅଡିଟରଙ୍କ ଦ୍ୱାରା ତଦନ୍ତ ଜାରି ରହିଛି । ସମସ୍ତ ଦେଣନେଣର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଶିଳ୍ପାଙ୍କ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ସେହିପରି ରାଜ କୁନ୍ଦ୍ରାଙ୍କ ଭିଣୋଇ ପ୍ରଦୀପ ବକ୍ସିଙ୍କୁ କେବଳ ଫ୍ରଣ୍ଟ ଭାବରେ ବ୍ୟବହାର କରି ସମସ୍ତ ବେଆଇନ କାମ କରାଯାଉଥିବା ନେଇ ପୋଲିସ ସନ୍ଦେହ କରିଛି ।

Get real time updates directly on you device, subscribe now.