fbpx

‘କ୍ଷୀରଠୁ ବି ସ୍ୱାସ୍ଥ୍ୟକର BEER’

ନୂଆଦିଲ୍ଲୀ: କ୍ଷୀରକୁ ଅତ୍ୟନ୍ତ ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଉଥିବା ବେଳେ ବିୟର ଏହାଠାରୁ ଅଧିକ ସ୍ୱାସ୍ଥ୍ୟକର ବୋଲି ପ୍ରକାଶ କରିଛି ପେଟା । ଏହା ସହିତ ବିୟର ଓ କ୍ଷୀର ପିଇବା ଦ୍ୱାରା କଣ କଣ ଫାଇଦା ମିଳୁଛି ଏବଂ କଣ କ୍ଷତି ହେଉଛି ଏହା ଉପରେ ମଧ୍ୟ ଆଲୋଚନା କରାଯାଇଛି । ହାଡ ସଶକ୍ତ ନଥିଲେ(ଅଷ୍ଟିଓପୋରୋସିସ) ରେ କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର । ତେବେ ନିକଟରେ ଏକ ଅଧ୍ୟୟନରୁ ମିଳିଥିବା ସୂଚନା ଅନୁଯାୟୀ କ୍ଷୀର ପିଇବା ଅଷ୍ଟିଓପୋରୋସିସ୍ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ ।

କ୍ଷୀର ପିଇବା ଦ୍ୱାରା ଦେଖାଦେଉଥିବା କିଛି ଶାରୀରିକ ସମସ୍ୟା ଉପରେ ମଧ୍ୟ ପେଟା ପକ୍ଷରୁ ଦୃଷ୍ଟିପାତ କରାଯାଇଛି । କ୍ଷୀରପାନ ଦ୍ୱାରା ହୃଦରୋଗ, କ୍ୟାନ୍ସର, ମଧୁମେହ (ଡାଇବେଟିସ୍), ମେଦ ବହୁଳତା ଏବଂ ବ୍ରଣ ପରି ସମସ୍ୟା ଦେଖା ଦେଇଥାଏ । ଏହା ସହିତ ମ୍ୟୁକସ୍ (ଚର୍ମ ରୋଗ) ଏବଂ ଲାକ୍ଟୋଜ ଇନଟଲେରାନ୍ସ ପରି ରୋଗ ମଧ୍ୟ ଦେଖାଦେଇଥାଏ । ତେବେ ହାଭାର୍ଡ ମେଡିକାଲ ସ୍କୁଲ ପକ୍ଷରୁ କରାଯାଇଥିବା ୧୦୦ରୁ ଅଧିକ ଅଧ୍ୟୟନ ଅନୁଯାୟୀ ନିୟମିତ ସୀମିତ ପରିମାଣରେ ମଦ୍ୟାପାନ ସୁସ୍ଥ ରହିବାରେ ସହାୟକ ହୋଇଥାଏ । ନିୟମିତ ମୃଦୁ ମଦ୍ୟପାନ ଦ୍ୱାରା ହୃଦଘାତକୁ ପ୍ରତିରୋଧ କରିହେବ । ଏହା ସହିତ ଧମନୀରେ ହେଉଥିବା ବ୍ଲକେଜ୍ ହଟାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ । ହୃଦରୋଗ ସମ୍ବନ୍ଧୀୟ ସମସ୍ତ ରୋଗରୁ ମୁକ୍ତି ମିଳୁଥିବା ବେଳେ ଷ୍ଟୋନ ଓ ଟାଇପ୍-୨ ଡାଇବେଟିସରୁ ମଧ୍ୟ ସୁରକ୍ଷା ମିଳିଥାଏ ।

ଏହା ସହିତ କ୍ଷୀର ଗାଇର ଖାଦ୍ୟ ହୋଇଥିବା ବେଳେ ଏହାକୁ ଖାଇବା ଠିକ୍ ନୁହେଁ । ଗାଇ ଠାରୁ ବାଛୁରୀକୁ ଅଲଗା କରିବା ମଧ୍ୟ କ୍ରୁରତା ଭାବରେ ବିବେଚନା କରାଯିବା ଉଚିତ୍ । ଗାଇ ମାନଙ୍କ ଠାରୁ ନିର୍ଗତ ମିଥେନ୍ ପରିବେଶ ପ୍ରଦୂଷିତ କରୁଥିବା ବେଳେ ବିୟରରେ ଏହି ସବୁ ଅସୁବିଧା ରହିନଥାଏ ବୋଲି ପେଟା ପକ୍ଷରୁ କୁହାଯାଇଛି । ଦୁଗ୍ଧଜାତ ଉତ୍ପାଦ ପରିତ୍ୟାଗ କରୁଥିବା ଜଣେ ବ୍ୟକ୍ତି ଅନ୍ୟୁନ ୨୦୦ ଗାଇଙ୍କ ଜୀବନ ରକ୍ଷା କରିଥାଏ ବୋଲି ପେଟା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.