fbpx
BJD SKY
BJD SKY

ସାରନାଥ ଏବଂ ନବନିର୍ମିତ ସଂସଦ ଭବନରେ ଜାତୀୟ ପ୍ରତୀକ ସମାନ, କେବଳ ଆକାର ଭିନ୍ନ: ହରଦୀପ ସିଂ ପୁରୀ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବନିର୍ମିତ ସଂସଦ ଭବନର ଛାତ ଉପରେ ବିଶାଳକାୟ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଥିଲେ। କିନ୍ତୁ ଏହାର ଉନ୍ମୋଚନ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଯାଇଛି। ପ୍ରଥମେ ଏହାର ଉନ୍ମୋଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବିବାଦ ପରେ ଏବେ ଅଶୋକ ସ୍ତମ୍ଭର ଡିଜାଇନକୁ ନେଇ ପ୍ରଶ୍ନ ଉଠିଛି।

ଲାଗି ରହିଥିବା ବିବାଦ ମଧ୍ୟରେ କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ନିଜର ମତବ୍ୟକ୍ତ କରିଛନ୍ତି। ନବନିର୍ମିତ ଜାତୀୟ ପ୍ରତୀକକୁ ବିକୃତ କରାଯାଇଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏକ ଟୁଇଟ୍ ଜରିଆରେ ହରଦୀପ ସିଂ କହିଛନ୍ତି ଯେ, ମୂଳ ସାରନାଥ ଅଶୋକ ସ୍ତମ୍ଭ ଏବଂ ନୂତନ ସଂସଦ ଭବନରେ ସ୍ଥାପିତ ହୋଇଥିବା ଅଶୋକ ସ୍ତମ୍ଭ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ଯାହା କେବଳ ମୂଳ ଆକାରଠୁ ଭିନ୍ନ ହୋଇପାରେ ବୋଲି କହିଛନ୍ତି।

ଏହା ସହିତ ସେ ବିରୋଧୀ ମାନଙ୍କୁ ଟାର୍ଗେଟ କରି ସେ ଲେଖିଛନ୍ତି, ଯେ ଯଦି ଜଣେ ବ୍ୟକ୍ତି ସାରନାଥ ପ୍ରତୀକକୁ ନିମ୍ନରୁ ଦେଖନ୍ତି, ତେବେ ସେ ଯେପରି ଶାନ୍ତ କିମ୍ବା କ୍ରୋଧିତ ଦେଖାଯିବେ। ସେହିପରି ନୂତନ ବିଲ୍ଡିଂରେ ମୂଳ ପ୍ରତୀକର ପ୍ରକୃତ ପ୍ରତିକୃତି ଲଗାଯାଏ ତେବେ ଏହା ଦୂରରୁ ଦୃଶ୍ୟମାନ ହେବ ନାହିଁ। ” ତେବେ ଯଦି ସାରନାଥରେ ପ୍ରତୀକର ଆକାର ବୃଦ୍ଧି ହୁଏ କିମ୍ବା ନୂତନ ସଂସଦ ଗୃହରେ ପ୍ରତୀକର ଆକାର ହ୍ରାସ ହୁଏ ତେବେ ଉଭୟଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ବିଶେଷଜ୍ଞମାନେ ଏହା ମଧ୍ୟ ଜାଣିବା ଉଚିତ ଯେ ସାରନାଥରେ ରଖାଯାଇଥିବା ମୂଳ ଭୂମି ସ୍ତରରେ ଥିବାବେଳେ ନୂତନ ପ୍ରତୀକ ଭୂମିରୁ ୩୩ ମିଟର ଉଚ୍ଚରେ ରହିଛି। ଯଦି ଜଣେ ନିମ୍ନରୁ ସାରନାଥ ପ୍ରତୀକକୁ ଦେଖନ୍ତି ତେବେ ତାହା ସାରନାଥ ପରି ଶାନ୍ତ କିମ୍ବା କ୍ରୋଧିତ ଦେଖାଯିବ। ”

ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକ ଅନାବରଣ କରିଛନ୍ତି। ପ୍ରତିକୃତିର ଚିତ୍ର ସୋସିଆଲ ମିଡିଆରେ ସେୟାର ହେବା ପରେ କଂଗ୍ରେସ, ଆରଜେଡି ଏବଂ ତୃଣମୂଳ କଂଗ୍ରେସ ନେତାମାନେ କେନ୍ଦ୍ର ସରକାର ଜାତୀୟ ପ୍ରତୀକକୁ ବିକୃତ କରିଥିବା ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.