fbpx

BSNLର ଜବଦଦସ୍ତ ପ୍ଲାନ୍: ୧୦୦ ଟଙ୍କାରେ ଦୈନିକ ୧ ଜିବି ଡାଟା, ମାଗଣା କଲ୍ ସହ ମିଳିବ ଅଧିକ ଦିନର ବୈଧତା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ BSNL ସମଗ୍ର ଟେଲିକମ୍ ଇଣ୍ଡଷ୍ଟ୍ରିରେ ଶସ୍ତା ରିଚାର୍ଜ ପ୍ଲାନ ଲୋକଙ୍କୁ ଯୋଗାଇ ଚର୍ଚ୍ଚାରେ ରହିଛି । ଏପରି ପରିସ୍ଥିତିରେ ଯଦି ଆପଣ କମ୍ ବଜେଟରେ ରିଚାର୍ଜ କରିବାକୁ ଚାହାନ୍ତି, ତେବେ BSNL ନମ୍ବର ନେଇ କିଛି ଟଙ୍କା ସଞ୍ଚ କରିପାରିବେ । କାହିଁକି ନା BSNL ନମ୍ବର ଖୁବଶୀଘ୍ର ୪ଜି ନେଟୱାର୍କ ହେବ, ଯାହାଫଳରେ ଗ୍ରାହକମାନଙ୍କୁ ଫାଷ୍ଟ ଇଣ୍ଟରନେଟର ସୁବିଧା ମିଳିବ । ଆସନ୍ତୁ ଦେଖିବା BSNLର କିଛି ପ୍ରିପେଡ୍ ପ୍ଲାନର ବିଷୟରେ, ଯାହା ୧୦୦ ଟଙ୍କାରେ ଅନେକ ସୁବିଧା ପ୍ରଦାନ କରୁଛି ।

୧୦୦ ଟଙ୍କିଆ ପ୍ରିପେଡ୍ ପ୍ଲାନ୍:-

– ଯଦି ଆପଣ କମ୍ ଟଙ୍କା ପାଇଁ ଲମ୍ବା ବୈଧତା ଏବଂ ଭଏସ୍ କଲିଂ ସେବା ଚାହୁଁଛନ୍ତି, ତେବେ ଆପଣ ବିଏସଏନଏଲରେ ୪୯ ଟଙ୍କା ରିଚାର୍ଜ କରିପାରିବେ । କାରଣ ଏହା ୨୦ ଦିନର ବୈଧତା ସହିତ ଆସୁଛି ଏବଂ ଉପଭୋକ୍ତାମାନେ ୧୦୦ ମିନିଟ୍ ଭଏସ୍ କଲିଂ + ୧ ଜିବି ଡାଟା ପାଇବେ ।

– ବିଏସଏନଏଲର ପରବର୍ତ୍ତୀ ସୁଲଭ ଯୋଜନା ହେଉଛି ୮୭ ଟଙ୍କିଆ ରିଚାର୍ଜ ପ୍ଲାନ୍ । ଏହି ପ୍ରିପେଡ୍ ଯୋଜନା ସହିତ ଉପଭୋକ୍ତାମାନେ ୧୪ ଦିନ ପାଇଁ ଦେଶର ଯେକୌଣସି ନେଟୱାର୍କରେ ଅସୀମିତ ଭଏସ୍ କଲିଂ, ୧ ଜିବି ଡାଟା ଏବଂ ୧୦୦ ଏସଏମଏସ / ଦିନ ପାଇଥାନ୍ତି ।

– ଆମ ତାଲିକାରେ ପରବର୍ତ୍ତୀ ଯୋଜନା ହେଉଛି ୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍ । ଏହି ଯୋଜନା ୧୮ ଦିନର ବୈଧତା ସହ ଆସିଥାଏ ଏବଂ ବ୍ୟବହାରକାରୀଙ୍କୁ ଅସୀମିତ ଭଏସ୍ କଲିଂ + ପିଆରବିଟି ଅଫର ପ୍ରଦାନ କରିଥାଏ । ଯୋଜନା ସହିତ କୌଣସି ଏସଏମଏସ ବା ଡାଟା ସୁବିଧା ମିଳିନଥାଏ ।

– ଯଦି ଆପଣ ୯୯ ଟଙ୍କା ପ୍ଲାନକୁ ଲମ୍ବା ବୈଧତା ସହ ଚାହୁଁଛନ୍ତି, ତେବେ ଆପଣ ୧୦୫ ଟଙ୍କା ପ୍ଲାନ ନେଇପାରନ୍ତି । ଏହି ଯୋଜନା ସହିତ ଉପଭୋକ୍ତାମାନେ ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ଗୋଟିଏ ଜାତୀୟ ରିହାତି ଡିଲ୍ / କୁପନ୍ ଉତ୍ପାଦ ସହିତ ୨୨ ଦିନର ଏକ ସର୍ଭିସ ବୈଧତା ପାଆନ୍ତି । ଏହା ସହିତ ଉପଭୋକ୍ତାମାନେ କୌଣସି ଏସଏମଏସ କିମ୍ବା ଡାଟା ସୁବିଧା ପାଆନ୍ତି ନାହିଁ ।

– ଏଥି ସହିତ, ୧୧୮ ଟଙ୍କା ଯୋଜନାରେ ଉପଭୋକ୍ତାମାନେ ୨୦ ଦିନର ସେବା ବୈଧତା ସହିତ ଅସୀମିତ ଭଏସ୍ କଲିଂ ଏବଂ ୦.୫ ଜିବି ଦୈନିକ ଡାଟା + ମାଗଣା ପିଆରବିଟି ପାଆନ୍ତି । ଏହି ଯୋଜନା ସହିତ କୌଣସି ଏସଏମଏସ ସୁବିଧା ନାହିଁ ।

Get real time updates directly on you device, subscribe now.