fbpx

ସୁଶାନ୍ତ ରାଜପୁତ କେସରେ ପୁଣି ବଢ଼ିଲା ରିୟାଙ୍କ ସମସ୍ୟା: ଲାଗିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମର୍ଡର କେସରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମସ୍ୟା ଆହୁରୀ ବଢ଼ିଯାଇଛି । ରିୟାଙ୍କ ବିରୋଧରେ ଡ୍ରଗ୍ସ ସପ୍ଲାଏ କରିବାର ଅଭିଯୋଗ ହୋଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଚାର୍ଜସିଟରେ ରିୟା ଏବଂ ତାଙ୍କ ଭାଇ ଶୌଭିକଙ୍କ ନାମ ରହିଥିବା ଜଣାପଡିଛି ।

ଏନସିବି ଦାବି କରିଛି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୌଭିକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ କିଣି ଏହାକୁ ଅଭିନେତା ସୁଶାନ୍ତ ସିଂଙ୍କୁ ଦେଇଥିଲେ । ଏନସିପି ନିକଟରେ ସୁଶାନ୍ତ ମୃତ୍ୟୁ ମାମଲାରେ ୩୫ ଅଭିଯୁକ୍ତଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜସିଟ ଦାଖଲ କରିଥିଲା, ଯାହା ମଙ୍ଗଳବାର ଦିନ ଶୁଣାଣି ହୋଇଛି ।

ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କିପରି ହେଲା, ତାହାର ତଦନ୍ତ ଭାର ପୂର୍ବରୁ ସିବିଆଇକୁ ଦିଆଯାଇଛି । ଅନ୍ୟପଟେଏନସିବି ଏହି ମାମଲାକୁ ଡ୍ରଗ୍ସ ମୋଡ଼ରୁ ଅନୁସନ୍ଧାନ କରୁଛି । ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ସର କ’ଣ କନେକ୍ସନ ରହିଛି, ସେନେଇ ଯାଞ୍ଚ କରୁଛି ଏନସିବି ।

ଚାର୍ଜସିଟରେ ଯୋଡ଼ା ଯାଇଛି କି, ରିୟାଙ୍କ ଭାଇ ଶୌଭିକ୍ ଡ୍ରଗ୍ ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ । ସେ ନିର୍ଦ୍ଦେଶ ଦେଲେ ସୁଶାନ୍ତ ସିଂ ରାଜପୁତଙ୍କ ଘରକୁ ଡ୍ରଗ୍ସ ପଠାଯାଉଥିଲା । ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୨୦୨୦ ରୁ ଡିସେମ୍ବର ମଧ୍ୟରେ ହାଇ ସୋସାଇଟି ଏବଂ ବଲିଉଡରେ ଡ୍ରଗ୍ କିଣିବା, ବିକିବା ତଥା ବିତରଣ ପାଇଁ ସମସ୍ତ ଅଭିଯୁକ୍ତ ପରସ୍ପର ସହ ଅପରାଧିକ ଷଡଯନ୍ତ୍ର ରଚିିଥିଲେ ।

Get real time updates directly on you device, subscribe now.