fbpx

ଯାଜପୁର: ନଦୀକୁ ଡେଇଁ ପଡିଲେ ଯୁବତୀ, ଖୋଜୁଛି ଅଗ୍ନିଶମ ବାହିନୀ

ଯାଜପୁର: ନଦୀକୁ ଡେଇଁ ଯୁବତୀ ନିଖୋଜ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଳା ଜେନାପୁର ଥାନା ଯୋକଡ଼ିଆ ବ୍ୟାରେଜ୍ ନିକଟରେ । ଆଜି ସକାଳ ପ୍ରାୟ ଆଠଟା ସମୟର ସ୍ଥାନୀୟ ବାଉଁଶ ଅଣ୍ଟା ଗାଁ ର କାଠିଆ ଦେହୁରିଙ୍କ ଝିଅ ଧାନି ଯୋକଡ଼ିଆ ବାରେଜ୍ ଉପରୁ ଖରସ୍ରୋତା ନଦୀକୁ ଡେଇଁ ନିଖୋଜ ଅଛନ୍ତି ।

ଯୁବତୀ ଜଣକ ନିଜ ମାମୁଁ ଘର ଛୋଟରାୟପୁର ଗାଁ ରେ ରହୁଥିଲେ। ଆଜି ସକାଳୁ ସାଇକେଲ ରେ ଯୋକଡ଼ିଆ ଆନିକଟ ବଜାରକୁ ଆସି ଚା ପାଇବା ପରେ ସାଇକେଲ ରଖି ଦେଇ ବ୍ୟାରେଜ୍ ଉପରୁ ନଦୀକୁ ଡେଇଁ ପଡିଛନ୍ତି।

ଘଟଣା ପରେ ନଦୀ ନିକଟରେ ଲୋକଙ୍କ ଭିଡ ଜମିଥିବା ବେଳେ ଯୁବତୀ ମିଳି ନାହାନ୍ତି। ଚଳିତ ମାଟ୍ରିକ ପରୀକ୍ଷା ରେ ଯୁବତୀ ଜଣକ ଉତିର୍ଣ୍ଣ ହୋଇଥିଲେ। ତେବେ ଯୁବତୀ କାହିଁକି ଏପରି ପଦକ୍ଷପ ନେଲେ କିଛି ଜଣା ପଡି ନାହିଁ।

 

Get real time updates directly on you device, subscribe now.