fbpx
BJD SKY
BJD SKY

ବ୍ଲେଡଡ୍ରେସ ପିନ୍ଧି ପୁଣି ଚର୍ଚ୍ଚାରେ ଉର୍ଫି ଜାଭେଦ: କହିଲେ ହାତ ଲଗାଇଲେ କଟି ଯିବେ

BJD

ନୂଆଦିଲ୍ଲୀ: ନିଜର ଅତରଙ୍ଗୀ ପୋଷାକ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ଉର୍ଫି ଜାଭେଦ । କେତେବେଳେ କାଚ ତ କେତେବେଳେ ସେଫ୍ଟିପିନ ଆଉଟଫିଟ ପାଇଁ ଗ୍ଲାମର ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଉର୍ଫି । କିନ୍ତୁ ବର୍ତ୍ତମାନ ଉର୍ଫି ନିଜ ନୂଆ ବ୍ଲେଡଡ୍ରେସ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ବିଗ ବସର ଓଟିଟିରୁ ସେ ଟ୍ରେଣ୍ଡିଂକୁ ଆସିଥିଲେ । ବେଳେବେଳେ ଏହି ଅଭିନେତ୍ରୀ ଏପରି ପୋଷାକ ପିନ୍ଧନ୍ତି ଲୋକମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହାରି ମଧ୍ୟରେ ଉର୍ଫିଙ୍କ ବ୍ଲେଡ ନିର୍ମିତ ଡ୍ରେସ ପାଇଁ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

 

View this post on Instagram

 

A post shared by Uorfi (@urf7i)

ଯେଉଁ ବ୍ଲେଡରେ ଲୋକମାନେ ନିଜ ଦାଢି କାଟିଥାନ୍ତି ଉର୍ଫି ସେହି ବ୍ଲେଡରେ ଏକ ଡ୍ରେସ ତିଆରି କରିଛନ୍ତି । କେବଳ ତିଆରି ନୁହେଁ ଏହି ଡ୍ରେସକୁ ପିନ୍ଧି ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଏହା ଶୁଣିଲେ ଆପଣମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ସୋସିଆଲ ସାଇଟରେ ସର୍ବଦା ଆକ୍ଟିଭ ରହୁଥିବା ଉର୍ଫି ଏହି ବ୍ଲେଡ ତିଆରି ଡ୍ରେସ ପିନ୍ଧି ଫ୍ୟାନ୍ସମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ମିଡିଆକୁ ଉତ୍ତର ରଖି କହିଛନ୍ତି ପାଖକୁ ଆସନ୍ତୁ ନାହିଁ ନହେଲେ କଟି ଯିବେ । ଉର୍ଫି ନିଜ ବୋଲ୍ଡ ଅନ୍ଦାଜ ପାଇଁ ବେଳେବେଳେ ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି । ତେବେ ଆଗକୁ ଦେଖିବାର ଅଛି ଉର୍ଫି କେଉଁ ଧାତୁରେ ତିଆରି କରୁଛନ୍ତି ନିଜ ଡ୍ରେସ ।

Get real time updates directly on you device, subscribe now.