fbpx

ସଂସଦର ମୌସୁମୀ ଅଧିବେଶନ: ୧୭ରେ ସର୍ବଦଳୀୟ ବୈଠକ ଡକାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ଆସନ୍ତା ଜୁଲାଇ ୧୭ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହି ବୈଠକ ପାଇଁ ସଂସଦ ଦୁଇ ଗୃହ(ଲୋକସଭା ଏବଂ ରାଜ୍ୟସଭା)ର ସବୁ ରାଜନୈତିକ ଦଳ ସହ ଗୃହର ନେତାଙ୍କୁ ନିମନ୍ତ୍ରଣ ଦିଆଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହେବେ । ମୋଦୀଙ୍କ ସହ ଅମିତ ଶାହ, ରାଜନାଥ ସିଂ ଏବଂ ଅନ୍ୟ ମନ୍ତ୍ରୀ ମଧ୍ୟ ଏହି ସର୍ବଦାଳୀୟ ବୈଠକରେ ଯୋଗ ଦେବେ ।

ରବିବାର ସକାଳ ୧୧ଟାରେ ତାହା ଅନୁଷ୍ଠିତ ହେବ । ସେହି ବୈଠକରେ ସବୁ ରାଜନୈତିକ ଦଳର ନେତାଙ୍କୁ ଭାଗ ନେବାକୁ ଡକାଯାଇଛି । ।ଚଳିତ ବର୍ଷ ସଂସଦ ମୌସୁମୀ ଅଧିବେଶନ ଜୁଲାଇ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏ ଚାଲିବ ।

Get real time updates directly on you device, subscribe now.