fbpx

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଦେଶ ଗସ୍ତରେ ରାହୁଲ, ଗସ୍ତକୁ ନେଇ ମିଳିନି କୌଣସି ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ବିଦେଶ ଯାତ୍ରା କରିଛନ୍ତି । ତାଙ୍କର ବିଦେଶ ଗସ୍ତ ଏପରି ସମୟରେ ହୋଇଛି ଯେତେ ବେଳେ ମାତ୍ର ଆଉ କିଛିଦିନ ପରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ସାଙ୍ଗକୁ ସଂସଦର ଶୀତକାଳୀ ଅଧିବେଶନ ଆରମ୍ଭ ହେବ । କିନ୍ତୁ ରାହୁଲ ଜୁଲାଇ ୧୮ ପୂର୍ବରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ସମ୍ଭାବନା ରହିଛି । ଦଳ ପକ୍ଷରୁ ରାହୁଲଙ୍କ ଗସ୍ତକୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ଓ ଏହାକୁ ବ୍ୟକ୍ତିଗତ ବୋଲି ଦର୍ଶାଇଛି ।

ତେବେ ଗୁରୁବାର କଂଗ୍ରେସର ହେବାକୁ ଥିବା ‘ଭାରତ ଯୋଡ଼ ଯାତ୍ରା’ରେ ରାହୁଲ ଯୋଗଦେଇ ପାରିବେ ନାହିଁ । ଏହି ବୈଠକରେ ସମସ୍ତ ମହାସଚିବ, ପ୍ରଭାରୀ ଓ ପ୍ରଦେଶ ଅଧ୍ୟକ୍ଷ ସାମିଲ ହେବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.