fbpx

ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତା: ହରମନପ୍ରୀତ ଓ ଆଥାପାଥୁଙ୍କ ରାଙ୍କିଂରେ ଉନ୍ନତି

ଦୁବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଓ ଶ୍ରୀଲଙ୍କା ମହିଳା ଦଳ ଅଧିନାୟିକା ଚାମିରା ଆଥାପାଥୁ ନିକଟରେ ଅନୁଷ୍ଠିତ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ଯଥେଷ୍ଟ ଉନ୍ନତି ଆଣି ପାରିଛନ୍ତି । ଆଥପୋଥୁ ବର୍ତ୍ତମାନ ବ୍ୟାଟିଂ ମାନ୍ୟତାର ଅଷ୍ଟମ ସ୍ଥାନ ପାଇଛନ୍ତି ।

ପାଞ୍ଚ ବର୍ଷରେ  ସେ ଏହି ସ୍ଥାନ ଅଧିକାର କରି ଥିଲେ ହେଁ ପରେ ତଳକୁ ଖ୍‌ସି ଆସି ଥିଲେ । ତେବେ ନିକଟରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତ ୩-୦ରେ କ୍ଳିନ ସୁଇପ କରିଥିବା ବେଳେ ହରମନପ୍ରୀତ ୧୧୯ ରନ କରିବା ସହିତ ୩ ୱିକେଟ ଅକ୍ତିଆର କରିବା ଯୋଗୁଁ ଆଇସିସି ମାନ୍ୟତାର ଉନ୍ନତି ଆଣି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି । ଉକ୍ତ ସିରିଜରେ ମ୍ୟାନ ଅଫ ଦି ସିରିଜ ହୋଇଥିବା ହରମନ ଦଳକୁ ଠିକ ମାର୍ଗରେ ପରିଚାଳିତ କରିବା ଫଳରେ ଭାରତ ୧୨ ରେଟିଂ ପାଇବା ଦିଗରେ ସଫଳ ହୋଇଛି ।

Get real time updates directly on you device, subscribe now.