fbpx

(Video) ଦେହ ସୁସ୍ଥ କରିବା ବାହାନାରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ: ଭଣ୍ଡ ବାବାକୁ ବାନ୍ଧିନେଲା ପୋଲିସ

ବରଗଡ଼(ଓଡ଼ିଶା ଭାସ୍କର): ଦେହ ସୁସ୍ଥ କରିଦେବା ବାହାନାରେ ନବ ବିବାହିତା ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭଣ୍ଡବାବା ଗିରଫ । ଏଭଳି ଏକ ଲଜ୍ଜାଜନକ ଘଟଣା ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କର୍ଲା ଝୁରୀ ଗ୍ରାମରେ ଦେଖିବାକୁ ମିଳିଛି । କମଙ୍ଗା ହାଇସ୍କୁଲରେ ସଙ୍ଗୀତ ଶିକ୍ଷକ ଥିବା ବିଜୟ କୁମାର ନାୟକ ଗ୍ରାମର ଇଷ୍ଟ ଦେବୀ କମଗେଇ ର ବରୁଆ ଭାବେ ପରିଚିତ । ଅନେକ ଲୋକଙ୍କୁ ଗୁଣି ଗାରେଡ଼ି କରି ଭଲ କରୁଥିବା ବିଶ୍ୱାସ କରାଇଛି ।

କିନ୍ତୁ ଲଜ୍ଜାକର କଥା କି, ନିଜକୁ ବରୁଆ ବୋଲାଉଥିବା ଏହି ଭଣ୍ଡ ବ୍ୟକ୍ତି ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରିଥିବା ଭଟଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କାରି ହେଲେ ଭଟଲି ଥାନା ଅନ୍ତର୍ଗତ ଗୌରଗାଁ ଗ୍ରାମର ଲିଲିମା ଭୁଏ ବୟସ ୧୮ ଏବଂ ତାଙ୍କର ସ୍ୱାମୀ ଖିରୋଦ୍ର ଭୁଏ ।

ସୂଚନା ଅନୁସାରେ, ଗୌରଗାଁ ଗ୍ରାମର ଖିରୋଦ୍ର ଭୋଇ ନିଜ ଗ୍ରାମରେ ଲିଲୀମା ଭୋଇଙ୍କୁ ପ୍ରେମ ବିବାହ କରିଥିଲେ । ଦୀର୍ଘ ୬ ମାସ ହେଲା ତାଙ୍କ ଦେହ ଅସୁସ୍ଥ ଥିବା ବେଳେ ସେ ଡାକ୍ତରଙ୍କୁ ଦେଖାଇଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ସେ କର୍ଲା ଝୁରି ଗ୍ରାମର ସ୍କୁଲ୍ ଶିକ୍ଷକ ତଥା ଭଣ୍ଡ ବରୁଆ ବିଜୟ କୁମାର ନାୟକଙ୍କ ହାବୁଡ଼ରେ ପଡ଼ିଥିଲେ ।

ଭଣ୍ଡ ବାବା ମହିଳାଙ୍କୁ ତାଙ୍କ ଦେହ ଭଲ କରିଦେବା ବାହାନାରେ ଘର ଭିତରକୁ ଆଣି ବିଭିନ୍ନ ଦେବା ଦେବୀଙ୍କ ଦର୍ଶନ କରାଇବା ବାହାନାରେ ଭ୍ରମିତ କରିଥଲେ ଏବଂ ତାଙ୍କୁ ଦୁଷ୍କର୍ମ କରିଥଲେ । ଏହି ସମ୍ପର୍କ ଭଗବାନଙ୍କ ସହ ଥିଲା ଓ ବାହାରେ ଏ ସମ୍ପର୍କ ବିଷୟରେ କହିଲେ କୌଣସି ସୁଫଳ ମିଳିବ ନାହିଁ ବୋଲିି ଡରାଇଥିଲା ଭଣ୍ଡ ବାବା ।

ତେବେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଘଟଣା ସମ୍ପର୍କରେ କହିବା ସହିତ ଭଟଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଭଟଲି ଥାନା ଅଧିକାରୀ ରଞ୍ଜିତ କୁମାର ନାୟକ ଅଭିଯୁକ୍ତ ଭଣ୍ଡ ବାବାକୁ ଥାନାରେ ଅଟକ ରଖିବା ସହିତ ପୀଡ଼ିତା ଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛ ।

Get real time updates directly on you device, subscribe now.