fbpx

ଆଠଗଡ଼ରେ ମହିଳାଙ୍କୁ ଏସିଡ୍ ମାଡ଼: ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର

ଆଠଗଡ଼(ଓଡ଼ିଶା ଭାସ୍କର): ପୋଲିସର ଅନେକ ପଦକ୍ଷେପ ପରେ ବି ମହିଳାମାନେ ଆଜି ବି ଅସୁରକ୍ଷିତ । ପ୍ରତିଦିନ ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଜଣେ ମହିଳାଙ୍କୁ ହୋଇଛି ଏସିଡ୍ ମାଡ଼ । କଟକ ଜିଲ୍ଲା ଆଠଗଡ଼ ବ୍ଳକର ନୂଆପାଟଣା ଗାଁରେ ଭୋର ସମୟରେ ମହିଳାଙ୍କୁ ଏସିଡ୍ ମାଡ଼ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗୁରୁତର ମହିଳାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।ଏସିଡ୍ ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଛି ଦୁର୍ବୃତ୍ତ । ଅନ୍ୟପଟେ ଏହି ଏସିଡ୍ ମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ମହିଳାଙ୍କ ଶରୀରର ପ୍ରରାୟ ୫୦ ଭାଗ ଏସିଡ୍ ଯୋଗୁଁ ପୋଡ଼ି ଯାଇଥିବା ସୂଚନା ମିଳିଛି । କିଏ ଓ କାହିଁକି ଏସିଡ୍ ମାଡ଼ କରିଛି, ତାହା ଜାଣିବାକୁ ତିଗିରିଆ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.