fbpx
BSKY
BJD MC SKY
BJD MS SKY

୨ହଜାର ଫୁଟ ଉଚ୍ଚରେ ନିର୍ମାଣ ହେବ କାଚର ଝୁଲନ୍ତା ସୁଇମିଂ ପୁଲ୍‌, ୩୬୦ ଡିଗ୍ରୀ ଦୃଶ୍ୟ ଦେଖି ପ୍ରକୃତିର ମଜା ଉଠାଇପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ: ଦକ୍ଷିଣ ନରୱେରେ ୨ହଜାର ଫୁଟ ଉଚ୍ଚ ପାହାଡ଼ ଉପରେ ହୋଟେଲ୍‌ ନିର୍ମାଣ ହେବାକୁ ଯାଉଛି । ତୁର୍କିର ଆର୍କିଟେକ୍ଚରାଲ୍‌ ଡିଜାଇନ୍‌ ଷ୍ଟୁଡିଓ ‘ହାୟରି ଅତାକ୍‌’ ଏହି ହୋଟେଲ୍‌ ଡିଜାଇନ୍‌ କରୁଛି । ଏଇଟି ଚାରି ମହଲାବିଶିଷ୍ଟ । ପ୍ରଥମ ମହଲାରେ ପର୍ଯ୍ୟଟକଙ୍କ ବିଶ୍ରାମ ପାଇଁ ଏକ ବଡ଼ ହଲ୍ ସହିତ ଝୁଲନ୍ତା ସୁଇମିଂ ପୁଲ୍‌ ରହିବ । ସୁଇମିଂ ପୁଲ୍‌ଟି ସମ୍ପୂର୍ଣ୍ଣ କାଚରେ ତିଆରି ହେବ । ଯାହା ଦ୍ବାର ପର୍ଯ୍ୟକ ସ୍ନାନ କରୁଥିବା ସମୟରେ ପ୍ରକୃତିର ମଜା ଉଠାଇପାରିବେ।

୨ ହଜାର ଫୁଟ ଉଚ୍ଚର ଏହି ପାହାଡ଼ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଜଣେ ବ୍ୟବସାୟୀ ଏହାର ଶିଖରରେ ହୋଟେଲ୍‌ ନିର୍ମାଣ କରିବାକୁ ଯାଉଛନ୍ତି । ତୁର୍କି ଡିଜାଇନିଂ ଷ୍ଟୁଡିଓ ଅନୁସାରେ, ଯଦି ଏଠାରେ ଝୁଲନ୍ତା ସୁଇମିଂ ପୁଲ୍‌ ନିର୍ମାଣ ହୁଏ, ତେବେ ତାହା ବିଶ୍ୱର ଉଚ୍ଚତମ ସୁଇମିଂ ପୁଲ୍‌ ହେବ । ଏହା ପୂର୍ବରୁ ଲଣ୍ଡନର ଏକ ୫୫ ମହଲାବିଶିଷ୍ଟ ଅଟ୍ଟାଳିକା ଉପରେ ଝୁଲନ୍ତା ସୁଇମିଂ ପୁଲ୍‌ ରହିଛି । ସେହି ପୁଲରେ ଥାଇ ଜଣେ ବ୍ୟକ୍ତି ଲଣ୍ଡନ୍ ସହରର ୩୬୦ ଡିଗ୍ରୀ ଦୃଶ୍ୟ ଦେଖିାରିବେ ।

Get real time updates directly on you device, subscribe now.